ଟସ୍ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାଦାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଟସ୍ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାଦାବ

ହାଇଦ୍ରାବାଦ: ଆଇପିଏଲର ଏକାଦଶ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ଆରସିବି ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି।

ନବଦୀପ ସାଇନିଙ୍କ ସ୍ଥାନରେ ପ୍ରୟାସ ରାୟ ବର୍ମନ ଆଇପିଏଲରେ ଡେବ୍ୟୁ କରିଛନ୍ତି। ସେହିପରି ହାଇଦ୍ରାବାଦ ଟିମର ନିୟମିତ ଅଧିନାୟକ କେନ ୱିଲିୟମସନ ପୁଣିଥରେ ଆହତ ଯୋଗୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର କୁମାର । ତେବେ ହାଇଦ୍ରାବାଦ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ୱିଲିୟମସନଙ୍କ ବଦଳରେ ମହମ୍ମଦ ନବି ଓ ଶାହାବାଜ ନଦିମଙ୍କ ସ୍ଥାନରେ ଦୀପକ ହୁଡା ଖେଳୁଛନ୍ତି ।

ହାଇଦ୍ରାବାଦ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ମନିଷ ପାଣ୍ଡେ, ମହମ୍ମଦ ନବି, ଦୀପକ ହୁଡା, ୟୁସୁଫ ପଠାନ୍, ଭୁବନେଶ୍ୱର କୁମାର (ଅଧିନାୟକ), ରଶିଦ୍ ଖାନ, ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା ।

ଆରସିବି ଏକାଦଶ: ବିରାଟ କୋହଲି, ପାର୍ଥିବ ପଟେଲ, ମୋଇନ ଅଲୀ, ଏବି ଡି’ଭିଲିୟର୍ସ, ଶିମରନ ହେଟମାୟେର, ଶିବମ ଦୁବେ, କଲିନ୍ ଡି’ଗ୍ରାଣ୍ଡହୋମ, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରୟାସ ରାୟ ବର୍ମନ, ୟୁଜବେନ୍ଦ୍ର ଚହଲ ।



from Odisha Reporter https://ift.tt/2HYWpQi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages