ନବୀନଙ୍କୁ ଟକ୍କର ଦେବେ ରିପୁନାଥ, ସନତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ନବୀନଙ୍କୁ ଟକ୍କର ଦେବେ ରିପୁନାଥ, ସନତ୍‌

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନକୁ ନେଇ ଏବ ସବୁଆଡ଼େ ଚର୍ଚ୍ଚା। କାରଣ ଆଗାମୀ ନିର୍ବାଚନରେ ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍‌  ଏପ୍ରିଲ ୧୮ରେ ଏଠାରେ ହେବ ମତଦାନ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି ତାର ପ୍ରାର୍ଥୀ ଘୋଷଣା କରି ସାରିଲେଣି। ନାମାଙ୍କନପତ୍ର ଦାଖଲ ମଧ୍ୟ ସରିଲାଣି। ଏବେ ବିଜେପୁର ରାଜନୀତି ପାଣିପାଗ ବେଶ ସରଗରମ ।

ଆଜି ନୁହେଁ, ବିଜେପୁର ବିଧାନସଭା ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ଥାଏ। ବର୍ଷକ ତଳେ ଏଠାରେ ହୋଇଥିଲା ଉପନିର୍ବାଚନ। ଏହି ଆସନରୁ ଲଗାତାର ଜିତି ଆସୁଥିବା କଂଗ୍ରେସର ସୁବଳ ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ କରାଯାଇଥିଲା। ସୁବଳଙ୍କ ପତ୍ନୀ ରୀତା ସାହୁ ଏଠାରେ ବିଜେଡ଼ି ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ସେତେବେଳେ ଏହି ଆସନକୁ ହାତେଇବା ତିନି ଦଳ ବିଜେଡି, ବିଜେପି, କଂଗ୍ରେସ ପାଇଁ ଥିଲା ସମ୍ମାନର ପ୍ରଶ୍ନ। ବହୁ ସଂଖ୍ୟକ କର୍ମୀ, ନେତାଙ୍କ ଦଳଡିଆଁ, ପ୍ରଥମ କରି ଭିଭିପାଟ ମେସିନର ବ୍ୟବହାର ଏବଂ ବହୁ ସଂଘର୍ଷ ପରେ ଶେଷରେ ରୀତାଙ୍କର ବିଜୟ ହୋଇଥିଲା। ଏହି ଉପ ନିର୍ବାଚନ ସେତେବେଳେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

ଇତିହାସ:୧୯୬୧ ମସିହାରେ ପ୍ରଥମେ ଏହି ବିଧାନସଭା ଆସନ ପାଇଁ ପ୍ରଥମ ମତଦାନ କରିଥିଲେ ଅଞ୍ଚଳବାସୀ। କଂଗ୍ରେସର ମୋହନ ନାଗ ହୋଇଥିଲେ ପ୍ରଥମ ବିଧାୟକ। ୧୯୬୧ରୁ ୨୦୧୪  ମଧ୍ୟରେ ଏହି ଆସନରେ ଏ ପର୍ଯ୍ୟନ୍ତ ୧୩ଟି ନିର୍ବାଚନ ହୋଇଯାଇଛି। ଏଥିସହିତ ୨୦୧୮ରେ ହୋଇଛି ଗୋଟିଏ ଉପନିର୍ବାଚନ। ସର୍ବାଧିକ ୮ ଥର କଂଗ୍ରେସ ଏହି ଆସନରୁ ଜିତି ଆସିଛି। ୧୯୭୪ରେ ଉତ୍କଳ କଂଗ୍ରେସ, ୧୯୭୭, ୮୫ ଏବଂ ୯୦ରେ ଜନତା ଦଳ ଏହି ଆସନକୁ ଦଖଲ କରିପାରିଛି। ୨୦୦୦ରେ ପ୍ରଥମ ଥର ପାଇଁ ଏହି ଆସନ ବିଜେଡି ହାତକୁ ଯାଇଥିଲା। ପରେ ୨୦୦୪ରୁ ୧୪ ତିନିଥର ଯାକ କଂଗ୍ରେସର ସୁବଳ ସାହୁ ଏହି ଆସନକୁ ନିଜ ହାତକୁ ନେବାରେ ସଫଳ ହୋଇଥିଲେ।

ଅଧିକାଂଶ ନିର୍ବାଚନରେ କଂଗ୍ରେସ ଏହି ଆସନରୁ ବିଜୟୀ ହୋଇଥିବାରୁ ଏହାକୁ କଂଗ୍ରେସ ଗଡ଼ ବୋଲି କୁହାଯାଏ। ହେଲ ଉପନିର୍ବାଚନରେ ସବୁ ଅଙ୍କ ଭୁଲ ହୋଇଗଲା। କଂଗ୍ରେସର ଦୁର୍ଗ ଜଗିଥିବା ସୁବଳ ସାହୁଙ୍କର ମୃତ୍ୟୁ ପରେ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପଟକୁ ଢିଳଥିଲେ। ଉପନିର୍ବାଚନରେ ଘମାଘୋଟ ଭୋଟ ଯୁଦ୍ଧ ହେବା ପରେ ଶେଷରେ ରୀତା ସାହୁ ଜିତିଥିଲେ। ନିଜ ସ୍ୱାମୀଙ୍କ ଗଡ଼କୁ ନିଜେ ଭାଙ୍ଗିଥିଲେ।

ସମସ୍ୟା:ବିଜେପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା ହେଉଛି ମରୁଡି। ଯାହାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହୁଅନ୍ତି। ଏହାବ୍ୟତୀତ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ବହୁତ ପଛରେ। ଏଠିକା ଲୋକଙ୍କ ମୁଖ୍ୟ ବେଉଷା କୃଷି ଏବଂ ସମ୍ବଲପୁରୀ ଶାଢୀ ପ୍ରସ୍ତୁତି।

ବିଜେଡି: ତିନିଥର କଂଗ୍ରେସ ଟିକଟରେ ଜିତି ଆସିଥିବା ସୁବଳ ସାହୁଙ୍କର ମୃତ୍ୟୁ ପରେ ୨୦୧୮ରେ ହୋଇଥିଲା ଉପନିର୍ବାଚନ। ହାତ ଛାଡ଼ି ଶଙ୍ଖ ଚିହ୍ନରେ ଲଢି ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ ରୀତା । ହେଲ ଏଥର ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିପାରି ନାହିଁ। ଖୋଦ ଶଙ୍ଖପତି ନବୀନ ପଟ୍ଟନାୟକ ନିଜେ ଓହ୍ଲାଇ ଆସିଛନ୍ତି ଏହି ଆସନରୁ ଲଢିବା ପାଇଁ। ଉପନିର୍ବାଚନ ବେଳେ ବିଜେଡି  ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ତେଣୁ ବିଜେଡି ଉପରୁ ବିଜେପୁରବାସୀଙ୍କ ଆସ୍ଥା ତୁଟି ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଭୋଟ ମାଗିବାକୁ। ଲୋକେ ତାଙ୍କ  କେତେ ଭୋଟ ଦେଉଛନ୍ତି ତାହା ସମୟ କହିବ ।

କଂଗ୍ରେସ: ଏହି ଆସନରୁ ତିନି ଥର ଜିତି ଆସିଥିବା କଂଗ୍ରେସ ଉପନିର୍ବାଚନରେ ତୃତୀୟ ସ୍ଥାନରେ ଥିଲା। ଏଠାରୁ ପ୍ରଣବ ସାହୁ ଛିଡ଼ା ହୋଇଥିଲେ। ତେଣୁ ଗଡ଼ ରକ୍ଷା କରିବା ତଥା ହୃତ କ୍ଷମତାକୁ ଫରି ପାଇବା ପାଇଁ ଏଥର କଂଗ୍ରେସ ଲାଗି ପଡ଼ିଛି। ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ଏହି ଆସନରୁ ଛିଡ଼ା କରାଇଛି। ରିପୁନାଥ ସେଠ୍‌ ୧୯୯୫ରେ ଏହି ଆସନରୁ ଜିତିଥିଲେ। ସେତେବେଳେ ଗଣଶିକ୍ଷା ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଟକ୍କର ଦେବା ପାଇଁ ଦଳ ତାଙ୍କ ପରି ଜଣେ ବରିଷ୍ଠ ନେତାଙ୍କୁ ଏଠାରେ ଛିଡ଼ା କରାଇଛି।

ବିଜେପି: ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି ସନତ ଗରତିଆଙ୍କୁ। ଏହି ଆସନ ପାଇଁ ଆଶାୟୀ ପ୍ରାର୍ଥୀ ତାଲିକାରେ ଅଶୋକ ପାଣିଗ୍ରାହୀ, ସୁବାସ ଚୌହାନଙ୍କ ନାମ ରହିଥିଲା। ତେବେ ଦଳ ଶେଷ ମୁହୂର୍ତ୍ତରେ ସନତଙ୍କ ନାମ ଘୋଷଣା କରିଛି। ସନତ ଗଡତିଆ ପୂର୍ବରୂ ବିଜେଡ଼ିରେ ଥିଲେ। ୨୦୧୮ ଉପନିର୍ବାଚନ ବେଳେ ବିଜେପିରେ ମିଶିଥିଲେ। ସେ ସ୍ଥାନୀୟ ଲୋକ ଏବଂ ତାଙ୍କର ଏଠାରେ ପ୍ରଭାବ ଭଲ ରହିଛି। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଟକ୍କର ଦେଇ ପାରିବେ ବୋଲି ଦଳ ତାଙ୍କୁ ପ୍ରାର୍ଥୀ କରିଛି।

ଯାହା ବି ହେଉ, ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ଲଢୁଥିବାରୁ ଏଥର ନିର୍ବାଚନ ବେଶ ସରଗରମ ହେବ।



from Odisha Reporter https://ift.tt/2uAMmsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages