
ବିଜୟୱାଡ଼ା:ନିର୍ବାଚନ ରାଜନୀତିକୁ ପୁଣ ଫେରିଛି ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆନ୍ଧ୍ରପ୍ରଦେଶ ଗସ୍ତରେ ଘୋଷଣା କରିଛନ୍ତି ତାଙ୍କ ଦଳ ଆଗାମୀ ନିର୍ବାଚନରେ କେନ୍ଦ୍ରରେ କ୍ଷମତାକୁ ଆସିଲେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରାଯିବ। ସେ ଆନ୍ଧ୍ରରେ ସକ୍ରିୟ ଥିବା ବିଭିନ୍ନ ଦଳକୁ ସମାଲୋଚନା କରି କହିଥିଲେ, ଏହି ଦଳଗୁଡ଼ିକ ରାଜ୍ୟରେ ଆଖିଦୃଶିଆ କୌଣସି ବିକାଶ କରିନାହାନ୍ତି।
ସେ ଆହୁରି ମଧ୍ୟ କହିଥିଲେ, ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ତାଙ୍କ ସରକାର ସର୍ବନିମ୍ନ ଆୟ ଯୋଜନା ‘ନ୍ୟାୟ’ ଆଣିବ। ଏହା ଗରିବୀ ହଟାଇବାରେ ଅମୋଘ ଅସ୍ତ୍ର ସାବ୍ୟସ୍ତ ହେବ।
ଆନ୍ଧ୍ରପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସମୟରେ ହେବାକୁ ଥିବାବେଳେ ଏଠାରେ ପ୍ରଥମ ନିର୍ବାଚନୀ ରାଲିରେ ରାହୁଲ ଏଭଳି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, କଂଗ୍ରେସ ଆନ୍ଧ୍ରପ୍ରଦେଶରେ ଏକାକୀ ଲଢ଼ୁଛି।
ସେ ଅଭିଯଗ ଆଣିଥିଲେ, ମୋଦି ଦୁଇ ପ୍ରକାରର ଭାରତ ତିଆରି କରୁଛନ୍ତି। ଗୋଟିଏ ଅନୀଲ ଅମ୍ବାନୀ ଏବଂ ମେହୁଲ ଚୋକ୍ସିଙ୍କ ଭାରତ ଆଉ ଗୋଟିଏ ଚାଷୀ, ଶ୍ରମିକ ଏବଂ ବେକାର ଯୁବକଙ୍କ ଭାରତ। ରାହୁଲ କହିଥିଲେ, ଆମେ ଏଭଳି ଏକ ଭାରତ ଚାହୁଁଛୁ ଯେଉଁଠାରେ ସମସ୍ତେ ଖୁସି ଥିବେ। ତେଣୁ ଆମେ ନିଷ୍ପତ୍ତି ନେଇଛୁ କଂଗ୍ରେସ ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ।
from Odisha Reporter https://ift.tt/2uH80eV
No comments:
Post a Comment