ଚୌଦ୍ୱାର ଜେଲ୍‌ ଗ୍ୟାଙ୍ଗୱାର: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଚୌଦ୍ୱାର ଜେଲ୍‌ ଗ୍ୟାଙ୍ଗୱାର: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ଅନ୍ୟତମ ବୃହତ୍‌ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍‌ର ଅବାଧ ପ୍ରବେଶ ଚାଲିଛି। କଟକର ବହୁଚର୍ଚ୍ଚିତ କେଶିଆ ବେହେରା ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ କଏଦୀର ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଉଠାଇଛନ୍ତି । କଏଦୀ  ଜଣକ ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ଜାରି କରି ଜେଲ୍‌ ଭିତରର ଘଟଣା ସମ୍ପର୍କରେ ପର୍ଦ୍ଦାଫାସ୍ କରିଛନ୍ତି।

ପୂରା ଘଟଣା ଏମିତି

ଚୌଦ୍ୱାର ଜେଲ୍‌ରେ କଏଦ୍‌ ଥିଲେ ଶୁଭ୍ରାଂଶୁ ଦାସ ଓରଫ୍ ଟନି। କିନ୍ତୁ ଆଜି ଟନି ଏହି ଦୁନିଆରେ ନାହାଁନ୍ତି। ଗତକାଲି ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଖୁଲାସା କରି ଯାଇଛନ୍ତି ଜେଲ୍ ଅଧିକାରୀଙ୍କ ଅସଲ ମୁଖା। ଜେଲ୍ ଭିତରେ ବେଆଇନ କାରବାରର ଗୁମର ଜାଣି ଦେଇଥିବାରୁ ଟନିକୁ ଗୋଟିଏ ଗୋଷ୍ଠୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

୨୦୧୩ ଜୁଲାଇ ୭ରେ କଟକର ବହୁଚର୍ଚ୍ଚିତ କେଶିଆ ବେହେରା ହତ୍ୟାକାଣ୍ଡରେ ସଂପୃକ୍ତ ଟନି ଚୌଦ୍ୱାର ଜେଲ୍‌ରେ ଅନ୍ୟ ୬ ଅଭିଯୁକ୍ତଙ୍କ ସହ ସଜା କାଟୁଥିଲେ। ତେବେ ଜେଲ୍ ଭିତରେ ଲାଗିରହିଥିଲା ଛକାପଞ୍ଛା। କଟକର ହାର୍ଡକୋର କ୍ରିମିନାଲ୍ ଶେଖ୍ ସକିଲ୍ ଗ୍ରୁପ ସହ ଟନି ଏବଂ ଅନ୍ୟମାନଙ୍କ ମଧ୍ୟରେ ପତିଆରାକୁ ନେଇ ଲାଗି ରହିଥିଲା ବିବାଦ। ଶେଷରେ ଗତକାଲି ଟନିକୁ ହତ୍ୟା କରାଯାଇଥିବା

ଅଭିଯୋଗ ହୋଇଛି। ଯାହାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଥିବାବେଳେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ।

ଟନି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଚୌଦ୍ୱାର ଜେଲ୍‌ରେ ଧଳସାମନ୍ତ, ଟିଟୋ ଭଳି ଏକାଧିକ ହାର୍ଡକୋର କ୍ରିମିନାଲ୍ ରହି ସେମାନଙ୍କର ପତିଆରା ଜାରି ରଖିଛନ୍ତି। ଏଭଳି ସ୍ଥିତିରେ କେଶିଆ ହତ୍ୟା ମାମଲାର କଏଦୀ ଟନିର ଚାଞ୍ଚଲ୍ୟକର ଅଭିଯୋଗ ଏବଂ ତାର ରହସ୍ୟଜନକ ମୃତ୍ୟୁ ଜେଲ୍ ଭିତରର ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି।



from Odisha Reporter https://ift.tt/2H8pHMM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages