ସର୍ବଶ୍ରେଷ୍ଠ ବିଜୟ ସହ ସିରିଜ ବରାବର କଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ସର୍ବଶ୍ରେଷ୍ଠ ବିଜୟ ସହ ସିରିଜ ବରାବର କଲା ଅଷ୍ଟ୍ରେଲିଆ

ମୋହାଲି: ପିଟର ହ୍ୟାଣ୍ଡସ୍କମ୍ବଙ୍କ ପ୍ରଥମ ଶତକ ଏବଂ ଆଷ୍ଟନ ଟର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଛି। ଦିନିକିଆରେ ରନ୍ ପିଛା କରିବାରେ ଅଷ୍ଟ୍ରେଲିଆର ଏହା ସର୍ବଶ୍ରେଷ୍ଠ ବିଜୟ।

ଉକ୍ତ ହାଇସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ୍ କରିଥିଲା। ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୧୪୩ (୧୧୫ ବଲ୍, ୧୮ ଚୌକା, ୩ ଛକା) ଓ ରୋହିତ ଶର୍ମା ୯୫ (୯୨ ବଲ୍, ୭ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୬ ୱିକେଟ ହରାଇ ୩୫୯ ରନ୍ କରି ବିଜୟୀ ହୋଇଛି। ଭ୍ରମଣକାରୀ ଦଳ ପକ୍ଷରୁ ପିଟର ହ୍ୟାଣ୍ଡସ୍କମ୍ବ ସର୍ବାଧିକ ୧୧୭ (୧୦୫ ବଲ, ୮ ଚୌକା, ୩ ଛକା) ଓ ଉସମାନ ଖ୍ୱାଜା ୯୧ (୭ ଚୌକା) ରନ କରିଛନ୍ତି। ତେବେ ଶେଷଭାଗରେ ଟର୍ଣ୍ଣର ଚମତ୍କାର ବ୍ୟାଟିଂ କରି ଅପରାଜିତ ୮୪ (୪୩ ବଲ, ୫ ଚୌକା, ୬ ଛକା) ରନର ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରାଇଛନ୍ତି।

୩୫୯ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ତୃତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରିଥିବା ଅଧିନାୟକ ଆରୋନ ଫିଞ୍ଚ ଖାତା ଖୋଲିବାକୁ ସମର୍ଥ ହୋଇନଥିବା ବେଳେ ଶନ୍‌ ମାର୍ଶ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଲଗାତାର ଦୁଇଟି ୱିକେଟ ହରାଇବା ପରେ ଅଷ୍ଟ୍ରେଲିଆ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ରାଞ୍ଚିରେ ଶତକ ମାରିଥିବା ଉସମାନ ଖ୍ୱାଜା ପୁଣିଥରେ ନିଜର ବ୍ୟାଟର ଯାଦୁ ଦେଖାଇଥିବା ବେଳେ ତାଙ୍କୁ ଯୁବ ବ୍ୟାଟ୍ସମ୍ୟାନ ପିଟର ହ୍ୟାଣ୍ଡସ୍କମ୍ବ ଭରପୂର ସହଯୋଗ କରିଥିଲେ। ଦୁହେଁ ଭାରତୀୟ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ।।

ଖ୍ୱାଜା ଚମତ୍କାର ବ୍ୟାଟିଂ କରି ନିଜର ଦ୍ୱିତୀୟ ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ବୁମ୍ରା ତାଙ୍କୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଆଉଟ୍ ହେବା ପୂର୍ବରୁ ହ୍ୟାଣ୍ଡସ୍କମ୍ବଙ୍କ ସହ ମିଶି ସେ ତୃତୀୟ ୱିକେଟ ପାଇଁ ୧୯୨ ରନର ପାର୍ଟନରଶିପ୍ କରିଥିଲେ। ଖ୍ୱାଜା ୯୯ ବଲରେ ୭ ଚୌକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ (୨୩) ଦ୍ରୁତ ରନ୍ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଥିଲେ। ତାଙ୍କୁ କୁଲଦୀପ ଯାଦବ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ।

ହ୍ୟାଣ୍ଡସ୍କମ୍ବ ୯୧ ବଲରେ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। କିନ୍ତୁ ଶତକ ପରେ ବଡ଼ ଶଟ ଖେଳିବା ପ୍ରୟାସରେ ସେ ଆଉଟ ହୋଇଥିଲେ। ଦଳର ସ୍କୋର ୨୭୧ ଥିବା ବେଳେ ତାଙ୍କୁ ୟୁଜବେନ୍ଦ୍ର ଚହଲ ପ୍ୟାଭିଲିୟନ ପଠାଇଥିଲେ। ଏହା ପରେ ଆଷ୍ଟନ ଟର୍ଣ୍ଣର ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ଦ୍ରୁତ ସଂଗ୍ରହ କରି ମାତ୍ର ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଆଲେକ୍ସ କ୍ୟାରି (୨୧) ମଧ୍ୟ ଆବଶ୍ୟକ ମୁତାବକ ସହଯୋଗ କରିଥିଲେ। ଦୁହେଁ ଷଷ୍ଠ ୱିକେଟ ପାଇଁ ନିର୍ଣ୍ଣାୟକ ୮୮ ରନର ଭାଗୀଦାରୀ କରିଥିଲେ।

ଭାରତ ପକ୍ଷରୁ ବୁମ୍ରା ୩ଟି, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଓ ଚହଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସିରିଜରେ ପ୍ରଥମଥର ପାଇଁ ଭାରତୀୟ ଓପନିଂ ଯୋଡ଼ି କ୍ଲିନ୍ କରିଥିଲା। ଧୱନ୍ ଓ ରୋହିତ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ଭ୍ରମଣକାରୀ ଦଳର ବୋଲରଙ୍କୁ ୱିକେଟ୍ ନେବା ପାଇଁ କୌଣସି ସୁଯୋଗ ଦେଇନଥିଲେ।

ଏହି ଯୋଡିଙ୍କ ସଫଳ ବ୍ୟାଟିଂ ବଳରେ ଭାରତ ୧୮ତମ ଓଭରରେ ୧୦୦ ରନ ପୂରଣ କରିଥିଲା। ଏହା ମଧ୍ୟରେ ଧୱନ୍ ୪୪ ବଲରେ ଏବଂ ରୋହିତ ୬୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ପରେ ରୋହିତ ଅଷ୍ଟ୍ରେଲୀୟ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ରୋହିତ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଝାଇ ରିଚାର୍ଡସନଙ୍କ ବଲରେ ଛକା ମାରିବା ପ୍ରୟାସରେ ସେ ବାଉଣ୍ଡ୍ରୀରେ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଧୱନ୍ ୯୭ ବଲରେ ନିଜର ଶତକ ପୂରଣ କରିବା ପରେ ଧୱନ୍ ଦ୍ରୁତ ରନ୍ ସଂଗ୍ରହ କରି ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ।

ଭାରତର ସ୍କୋର ୨୫୪ ଥିବା ବେଳେ ଧୱନଙ୍କୁ ପ୍ୟାଟ୍ କମିନ୍ସ କ୍ଲିନ୍ ବୋଲ୍ଡ କରିଥିଲେ। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି (୭) ସିରିଜରେ ପ୍ରଥମଥର ନିରାଶ କରିଥିଲେ। ପ୍ରଥମଥର ସୁଯୋଗ ପାଇଥିବା ଲୋକେଶ ରାହୁଲ (୨୫) ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳଳ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଖେଳୁଥିବା ଋଷଭ ପନ୍ତ ଦ୍ରୁତ ରନ୍ କରି ଭାରତକୁ ୩୦୦ ଅତିକ୍ରମ କରାଇବାର ସହଯୋଗ କରିଥିଲେ। ପନ୍ତ ୨୪ ବଲରେ ୪ ଚୌକା ଓ ୧ ଛକା ସହ ୩୬ ରନ୍ କରି ଆଉଟ୍ ହୋଇଥିଲେ। କେଦାର ଯାଦବ (୧୦) ଓ ଭୁବନେଶ୍ୱର କୁମାର (୧) ଫେଲ୍ ମାରିଥିବା ବେଳେ ବିଜୟ ଶଙ୍କର ୧୫ ବଲରେ ୨ ଛକା ସହ ଦ୍ରୁତ ୨୬ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ। ଜସପ୍ରୀତ ବୁମରା ଶେଷ ବଲରେ ଛକା ମାରି ଭାରତର ସ୍କୋରକୁ ୩୫୮ ରନରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୭୦ ରନ୍ ଦେଇ ୫ଟି ଓ ରିଚାର୍ଡସନ୍ ୩ଟି ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2tZP0IA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages