
ନୂଆଦିଲ୍ଲୀ: ୧୭ତମ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ଅବସରରେ ପ୍ରଥମ ଥର ପାଇଁ ସୋଶାଲ ମିଡିଆରେ ଲଗାମ୍ ଲଗାଯିବା ବିଷୟରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ କର୍ତ୍ତୃପକ୍ଷ। ସୋଶାଲ ମିଡିଆରେ ଆସିବାକୁ ଥିବା ରାଜନୀତିକ ବିଜ୍ଞାପନ ଯାଞ୍ଚ ହେବା ପରେ ଯାଇ ଅପ୍ଲୋଡ୍ ହେବ। ଏଥିପାଇଁ କର୍ତ୍ତୃପକ୍ଷ ଗୁଗଲ, ଫେସବୁକ୍, ଟ୍ୱିଟର ଏବଂ ୟୁଟ୍ୟୁବ୍ ଆଦିଙ୍କୁ ରାଜନୀତିକ ଦଳଙ୍କ ପୋଷ୍ଟ ଉପରେ ନଜର ରଖିବାକୁ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଏଥିପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ଯିଏ ବିଜ୍ଞାପନ ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବେ। ସୋଶାଲ ମିଡିଆ ବାବଦକୁ ଖର୍ଚ୍ଚ ମଧ୍ୟ ନିର୍ବାଚନୀ ଖର୍ଚ୍ଚରେ ସାମିଲ ହେବ। ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ବିଭିନ୍ନ ଆଇଟି କମ୍ପାନୀମାନେ ହିଂସା ଉଦ୍ଦୀପକ ଏବଂ ଘୃଣା ସୃଷ୍ଟିକାରୀ ପୋଷ୍ଟ ଉପରେ କାଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରତି ଦେଇଛନ୍ତି।
from Odisha Reporter https://ift.tt/2HqHeiQ
No comments:
Post a Comment