
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି #MainBhiChowkidar ବା ‘ମୈଁ ଭି ଚୌକିଦାର’ ଅଭିଯାନ ଶୁଭାରମ୍ଭ କରିବାର କିଛି ଘଣ୍ଟା ପରେ ଏହାକୁ ନେଇ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧି। କଂଗ୍ରେସ ଏହାର ଜବାବରେ #IndiaBewakoofNahiHai ଏବଂ #SuitBootKaChowkida ହ୍ୟାଶ୍ ଟ୍ୟାଗ୍ ଆରମ୍ଭ କରିଛି।
ଏକ ଟ୍ୱିଟ୍ରେ କଂଗ୍ରେସ ଅଭିଯୋଗ ଆଣିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ମଧ୍ୟ କରୁଛନ୍ତି ଅନୀଲ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କ ସାହାଯ୍ୟ ପାଇଁ କରୁଛନ୍ତି।
ସେହିଭଳି ଏହାର ଅଧ୍ୟକ୍ଷ ରାହୁଲ ଆଉ ପାଦେ ଆଗେଇଯାଇ ଏକ ଫଟୋ ସହିତ ଅଭିଯୋଗ ଆଣିଛନ୍ତି। ଏଥିରେ ମୋଦି ଚିରାଚରିତ ଭାବରେ ସାମ୍ନାରେ ହସୁଥିବାବେଳେ ତାଙ୍କ ପଛରେ ସହଯୋଗୀଙ୍କ ଭଳି ଅନୀଲ ଅମ୍ବାନୀ, ନୀରବ୍ ମୋଦି, ମେହୁଲ ଚୋକ୍ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତିଙ୍କ ଫଟୋ ଅଛି। ଆଉ ଫଟୋ ଦେହରେ ଲେଖାଯାଇଛି ‘ମୈଁ ଭି ଚୌକିଦାର’।
ଆଜି ସକାଳ ୯ଟାରେ ହିଁ ମୋଦି ‘ମୈଁ ଭି ଚୌକିଦାର’ ଶୀର୍ଷକ ଏକ ଗୀତର ଭିଡିଓ ଅପ୍ଲୋଡ୍ କରିଥିଲେ। ଯେଉଁଥରେ ସେ ସମସ୍ତଙ୍କୁ ଶ୍ରେୟ ଦେଇ କହୁଥିଲେ ମୁଁ କେବଳ ଚୌକିଦାର ନୁହେଁ ଦେଶର ପ୍ରଗତିରେ ଲାଗିଥିବା ସମସ୍ତେ ଜଣେ ଜଣେ ଚୌକିଦାର। ୨୦୧୪ ମସିହା ନିର୍ବାଚନ ପୂର୍ବରୁ ମଧ୍ୟ ‘ଚୌକିଦାର’ ଏବଂ ‘ପ୍ରଧାନସେବକ’ ଆଦି ଶବ୍ଦ ବେଶ୍ ଲୋକପ୍ରିୟ ହୋଇଥିଲା।
from Odisha Reporter https://ift.tt/2CnqwNE
No comments:
Post a Comment