ଧୋନିଙ୍କ ଡେପୁଟି ହେବାକୁ ପନ୍ତ ଯୋଗ୍ୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଧୋନିଙ୍କ ଡେପୁଟି ହେବାକୁ ପନ୍ତ ଯୋଗ୍ୟ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ କିଏ ଏହି ସ୍ଥାନ ପୂରଣ କରିବ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରିଷଭ ପନ୍ତ ହିଁ ଧୋନିଙ୍କ ଉତ୍ତରାଧିକାରୀ ହୋଇପାରିବେ ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି। ସେହିପରି ଆସନ୍ତା ବିଶ୍ୱକପ୍‌ରେ ମଧ୍ୟ ପନ୍ତ ହିଁ ଧୋନିଙ୍କ ଡେପୁଟି ପାଇଁ ଯୋଗ୍ୟ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ମତ ଦେଇଛନ୍ତି।

ସେ କହିଛନ୍ତି, ପନ୍ତ ଯଦି ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ଦୁଇରୁ ୩ଟି ମ୍ୟାଚ୍‌ରେ ବିଜୟୀ ଇନିଂସ୍‌ ଖେଳିବେ, ତା’ହେଲେ ତାଙ୍କ ପୂର୍ବ ପ୍ରଦର୍ଶନକୁ ସମସ୍ତେ ଭୁଲି ଯିବେ। ମୁଁ ଏବେ ବି ତାଙ୍କ ବଦଳରେ କାହାକୁ ବି ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଦ୍ୱିତୀୟ ୱିକେଟ୍‌ କିପର ଭାବେ ଦେଖିପାରୁନାହିଁ।

ଧୋନିଙ୍କ ବଦଳରେ ପନ୍ତ ହିଁ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ପାଇଁ ଏକମାତ୍ର ହକଦାର ବୋଲି ପଣ୍ଟିଂ କହିଛନ୍ତି। ପନ୍ତ ବଡ଼ ଶଟ୍‌ ଖେଳିବାର କ୍ଷମତା ରଖିଥିବା ବେଳେ ୱିକେଟ୍‌ କିପିଂ ମଧ୍ୟ ଭଲ ଭାବେ କରିଛନ୍ତି। ତେବେ ଅଭିଜ୍ଞତା ଅଭାବରୁ ସେ ଆଶା ଅନୁଯାୟୀ, ପ୍ରଦର୍ଶନ କରିପାରୁନାହାନ୍ତି। ସେ କିନ୍ତୁ ଖୁବ୍‌ଶୀଘ୍ର ଏଥିରେ ସୁଧାର ଆଣିବେ ବୋଲି ପଣ୍ଟିଂ ଆଶା ରଖିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍‌ସର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ପଣ୍ଟିଂ ଆଇପିଏଲ୍‌ରେ ପନ୍ତ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ମଧ୍ୟ କହିଛନ୍ତି।

ପଣ୍ଟିଂ କହିଛନ୍ତି, “ ପନ୍ତଙ୍କ ସହ ଏଇ କିଛି ସପ୍ତାହ ହେଲା ଯାହା ଘଟିଛି, ତାକୁ ପ୍ରଥମେ ଭୁଲିବାକୁ ପଡ଼ିବ। ଜଣେ କୋଚ୍‌ ହିସାବରେ ଏହା ମୋର ପ୍ରଥମ କାମ ହେବ। ଗୋଟିଏ କଥା ବିଚାରକୁ ନେଲେ, ପନ୍ତଙ୍କ ସହ ଅଷ୍ଟ୍ରେଲିଆ ସିରିଜ୍‌ରେ ଯାହା ଘଟିଛି, ତାହା ଭଲ ପାଇଁ ହୋଇଛି।

ଏହାଦ୍ୱାରା ସେ ଏବେ ଅଧିକ ପରିଶ୍ରମ କରିବେ ଏବଂ ସେ ଜଣେ ଦକ୍ଷ ଖେଳାଳି ବୋଲି ପ୍ରମାଣ କରିବେ। ଆଇପିଏଲ୍‌ରେ ସେ ପୂର୍ବରୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏଥର ମଧ୍ୟ ସମାନ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିବେ। ଖାଲି ସେତିକି ନୁହେଁ, ସେ ବିଶ୍ୱକପ୍‌ ଟିକେଟ୍‌ ମଧ୍ୟ ହାସଲ କରିପାରିବେ।”

ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ବୋଲି ସମସ୍ତେ କହୁଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଦିନିକିଆ ଖେଳିଥିଲେ। ବ୍ୟାଟିଂରେ ସେତେଟା ଖରାପ ପ୍ରଦର୍ଶନ କରି ନଥିଲେ ହେଁ ପନ୍ତ ୱିକେଟ୍‌ ପଛରେ ସମସ୍ତଙ୍କୁ ନିରାଶ କରିଥିଲେ। ଏଥିଯୋଗୁ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2ubhi2U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages