ବିରାଟ୍‌ଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଡିଭିଲିୟର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ବିରାଟ୍‌ଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଡିଭିଲିୟର୍ସ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କ ସମ୍ପର୍କରେ ଆଜି ଅନ୍ୟତମ ମହାନ କ୍ରିକେଟ୍‌ର ଏବି ଡିଭିଲିୟର୍ସ ବଡ଼ ବୟାନ ଦେଇଛନ୍ତି। ବିରାଟ୍‌ ଜଣେ ଯୋଦ୍ଧା ଏବଂ ସେ ହାରିବାକୁ ପସନ୍ଦ କରନ୍ତି ନାହିଁ ବୋଲି ଡିଭିଲୟର୍ସ କହିଛନ୍ତି।

ବିରାଟ୍‌ଙ୍କ ସହ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ଡିଭିଲିୟର୍ସ କହିଛନ୍ତି, “ ବିରାଟ୍‌ ହେଉଛନ୍ତି ବିଶ୍ୱର ସବୁଠାରୁ ଭଲ ବ୍ୟାଟସ୍‌ମ୍ୟାନ୍‌। ଆସନ୍ତା ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ବିରାଟ୍‌ଙ୍କ ପାଇଁ ସବୁ ଦଳ ଅଡ଼ୁଆରେ ପଡ଼ିବେ।

ଗତ କିଛି ବର୍ଷ ହେଲା ବିରାଟ୍‌ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି, ତାହା ଅତୁଳନୀୟ। ବିରାଟ୍‌ଙ୍କ ପ୍ରଦର୍ଶନ ଏଇ ନିକଟ ଭବିଷ୍ୟତରେ ମଧ୍ୟ ଥମିବାର ଆଶା ନାହିଁ। ବିରାଟ୍‌ ଓ ମୋ ଭିତରେ ଅନେକ ସମାନତା ଅଛନ୍ତି। ଆମେ ଦୁଇ ଜଣ ଯାକ ଯୋଦ୍ଧା। ହାରିବାକୁ ଆମେ ଆଦୌ ପସନ୍ଦ କରୁନାହୁଁ। ଆମେ ଏକାଠି ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରିଥାଉ।”

ବିଶ୍ୱକପ୍‌ କିଏ ଜିତିବ ବୋଲି ପ୍ରଶ୍ନର ଉତ୍ତର ଦେଇ ଡିଭିଲିୟର୍ସ କହିଛନ୍ତି, “ ଭାରତ ଓ ଇଂଲଣ୍ଡ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର। ତେବେ ଅଷ୍ଟ୍ରେଲିଆ ମଧ୍ୟ ୫ଥର ବିଶ୍ୱକପ୍‌ ଜିତିଛି। ଦୁଇ ବର୍ଷ ତଳେ ପାକିସ୍ତାନ ମଧ୍ୟ ଇଂଲଣ୍ଡରେ ଚାମ୍ପିୟନସ ଟ୍ରଫି ଜିତିଥିଲା। ତେଣୁ ଏହି ୪ ଦଳ ମଧ୍ୟରୁ ଜଣେ ବିଶ୍ୱକପ୍‌ ଜିତିବ ବୋଲି ମୋର ଆଶା।”

କ୍ରିକେଟ୍‌ରେ ମିଷ୍ଟର ୩୬୦ ନାଁରେ ପରିଚିତ ଡିଭିଲିୟର୍ସ ଗତବର୍ଷ ମେ’ ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅପ୍ରତ୍ୟାଶିତ ଭାବେ ଅବସର ଘୋଷଣା କରିଥିଲେ।



from Odisha Reporter https://ift.tt/2HC0pGr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages