
ଦି ହେଗ୍: ନେଦରଲ୍ୟାଣ୍ଡସର ଅଟ୍ରଚେଟ୍ରେ ଆଜି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ବନ୍ଧୁକଧାରୀ ଏଠାରେ ଥିବା ଟ୍ରାମ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଶେଷ ଖବର ସୁଦ୍ଧା, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସମଗ୍ର ଅଞ୍ଚଳକୁ କର୍ଡନଅପ୍ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ।
ଏହି ଘଟଣା ପରେ ସମଗ୍ର ସହରରେ ହାଇଆଲର୍ଟ ଜାରି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଘଟଣାସ୍ଥଳକୁ ହେଲିକପ୍ଟର ମଧ୍ୟ ପଠାଯାଇଛି।
ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି। ପୁଲିସ୍ ପକ୍ଷରୁ ଏହାର ଦୃଢ଼ ଜବାବ ମଧ୍ୟ ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2CpOc3Y
No comments:
Post a Comment