
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କରିଥିବା ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏବେ ନୂଆ ଗୋଟି ଚାଳନା ଆରମ୍ଭ କରିଛି। ଉତ୍ତର ପ୍ରଦେଶ ମହାମେଣ୍ଟରୁ ବାଦ୍ ପଡ଼ିଥିଲେ ହେଁ କଂଗ୍ରେସ ସପା ଓ ବିଏସ୍ପି ପାଇଁ ୭ଟି ଆସନ ଛାଡ଼ିବାକୁ ଘୋଷଣା କରିଛି।
ହେଲେ କଂଗ୍ରେସର ଏଭଳି ଚାଲକୁ ବିଏସ୍ପି ସୁପ୍ରିମୋ ମାୟାବତୀ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମହାଗଠବନ୍ଧନ ପାଇଁ ୭ଟି ସିଟ ଛାଡ଼ିଦେବାର ଘୋଷଣା କରି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। କଂଗ୍ରେସ ଏଭଳି କାର୍ଯ୍ୟରୁ ନିବୃତ୍ତ ରହି ସମସ୍ତ ୮୦ଟି ଆସନରେ ପ୍ରାର୍ଥୀ ଦେଉ ବୋଲି ମାୟାବତୀ କହିଛନ୍ତି।
ମାୟାବତୀ କହିଛନ୍ତି, “ବିଏସ୍ପି ଉତ୍ତର ପ୍ରଦେଶ କିମ୍ବା ଦେଶର ଅନ୍ୟ କୌଣସି ବି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ। ଉତ୍ତର ପ୍ରଦେଶର ସମସ୍ତ ୮୦ଟି ଆସନରେ ପ୍ରାର୍ଥୀ ଦେବାକୁ କଂଗ୍ରେସ ସ୍ୱାଧୀନତା ପାଇଛି। ଆମ ମେଣ୍ଟ ଏକାକୀ ବିଜେପିକୁ ହରାଇବାକୁ ସକ୍ଷମ। କଂଗ୍ରେସର ସବୁଦିନିଆ ମିଛରେ ଆମ ଲୋକ ପଡ଼ିବେ ନାହିଁ। ମୁଁ ପୁଣି କହୁଛି କଂଗ୍ରେସ ସହ ମେଣ୍ଟ କେଉଁଠି ବି ହେବନାହିଁ।”
ମାୟାବତୀଙ୍କ ଭଳି ସପା ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ କଂଗ୍ରେସକୁ ଚରମବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, “ଉତ୍ତର ପ୍ରଦେଶରେ ସପା-ବିଏସ୍ପି ଓ ଆରଏଲ୍ଡି ମିଳିତ ଭାବେ ବିଜେପିକୁ ହରାଇବାକୁ ସକ୍ଷମ। କଂଗ୍ରେସ ଭିନ୍ନଭିନ୍ନ ମତ ବା ଗୋଟି ଚଳାଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ନକରୁ।”
from Odisha Reporter https://ift.tt/2Y1Morb
No comments:
Post a Comment