ସୀମାରେ ପାକ୍‌ର ଗୁଳିବର୍ଷା, ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ସୀମାରେ ପାକ୍‌ର ଗୁଳିବର୍ଷା, ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ଆଜି ପାକ୍‌ ସେନାର ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।

ଆଜି ଭୋର ୫.୩୦ରେ ପାକ୍‌ ସେନା ପକ୍ଷରୁ ସୁନ୍ଦରବେନୀ ସେକ୍ଟର ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ସ୍ୱୟଂ ଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପାକ୍‌ ସେନା ଭାରତୀୟ ଆଉଟ୍‌ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ପାକିସ୍ତାନର ଏଭଳି ଆଚରଣର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ରାଇଫଲମ୍ୟାନ୍‌ କମଲଜିତଙ୍କ ସମେତ ୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ।

ସମସ୍ତଙ୍କୁ ସେନା ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ କମଲଜିତଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଅନ୍ୟ ୪ ଜଣ ଯବାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୪ ବର୍ଷୀୟ କମଲଜିତ ପଞ୍ଜାବର ଅଧିବାସୀ। ସେନା ପକ୍ଷରୁ କମଲଜିତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ରବିବାର ମଧ୍ୟ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଏହି ସେକ୍ଟରରେ ଗୁଳିମାଡ଼ କରିଥିଲା।



from Odisha Reporter https://ift.tt/2UHDPjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages