୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟଲ୍ ଧମାଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟଲ୍ ଧମାଲ’

ମୁମ୍ବାଇ: ମଲ୍ଟିଷ୍ଟାରର୍ ଫିଲ୍ମ ‘ଟୋଟଲ୍ ଧମାଲ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ଫିଲ୍ମଟି ମାତ୍ର ୩ ଦିନରେ ୫୦ କୋଟି ଟଙ୍କା ଆୟ କରିଥିଲା। ଏହାପରେ ୫ ଦିନରେ ଏହା ୭୫ କୋଟି ଟଙ୍କାର ବିଜ୍‌ନେସ୍‌ କରିଦେଇଥିଲା। ଆଉ ଏବେ ୯ ଦିନ ପରେ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ସେହିପରି ବିଦେଶରେ ମଧ୍ୟ ଫିଲ୍ମର ଆୟ ଭଲ ରହିଛି। ‘ଟୋଟଲ୍ ଧମାଲ’ ବିଦେଶରେ ୪.୩୬ ମିଲିୟନ୍‌ ଡଲାର ଅର୍ଥାତ ପାଆପାଖି ୩୦ କୋଟି ୯୫ ଲକ୍ଷ ଟଙ୍କା ଆୟ କରିଛି। ଟ୍ରେଡ୍‌ ଏକ୍ସପର୍ଟ ଟ୍ୱିଟ୍‌ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମ ‘ସୋନଚିଡ଼ିୟା’ ଓ ‘ଲୁକାଚୁପି’ ପାଇଁ ଫିଲ୍ମର ଆୟ ଟିକେ ଧୀମା ହୋଇଯାଇଛି।

୧୦୦ କୋଟି କ୍ଲବରେ ସାମିଲ ହେବା ମାତ୍ରେ ହିଁ ଏଥିରେ ଅଭିନୟ କରିଥିବା  କଳାକାରଙ୍କ କ୍ୟାରିୟରକୁ ଏକ ଭଲ ସଫଳତା ମିଲିଛି। ଏହା ଭିତରେ ମାଧୁରୀ ଦିକ୍ଷୀତ୍‌ଙ୍କ ବିଷୟରେ ଏକ ଭଲ ଖବର ସାମ୍ନାକୁ ଆସିଛି।   ‘ଟୋଟାଲ୍ ଧମାଲ୍’ ମାଧୁରୀଙ୍କ କ୍ୟାରିୟର୍‌ର ହେଉଛି ପ୍ରଥମ ଫିଲ୍ମ ଯିହା କି ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଅଜୟ ଦେବଗନ୍‌ଙ୍କ କ୍ୟାରିୟରରର ଏହା ନବମ ଫିଲ୍ମ, ଯାହା ୧୦୦ କୋଟି ଟଙ୍କା ଆୟ କରିଛି। ସେହିପରି ରିତେଶ୍‌ ଦେଶମୁଖଙ୍କ ଏହା ପଞ୍ଚମ, ଅନିଲ କପୁର ଓ ଅର୍ସଦ ୱାର୍ସିଙ୍କ ଏହା ୩ୟ ଫିଲ୍ମ ଯାହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମଟିର ବଜେଟ୍‌ ମଧ୍ୟ ପାଖାପାକି ୧୦୦ କୋଟି ଥିବା ଜଣାପଡ଼ିଛି। ଫିଲ୍ମଟିର ରିଭ୍ୟୁ ଭଲ ନଥିଲେ ବି ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି।

ଧମାଲ ଫ୍ରାଞ୍ଚାଇଜ୍‌ର ଏହା ହେଉଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏଥିରେ ନବେ ଦଶକର ହିଟ୍‌ ଯୋଡ଼ି ଅନୀଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମରେ ଅଜୟ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି।



from Odisha Reporter https://ift.tt/2tJbE7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages