
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶ ଉପରେ ସୋଶାଲ ମିଡିଆ ୟୁଜର୍ସ ଫିଦା ହୋଇଯାଇଛନ୍ତି। ଫେସ୍ବୁକ୍ ଓ ଟ୍ୱିଟରରେ ଲୋକମାନେ ଅଭିନନ୍ଦନଙ୍କ ନିଶର ଢେର୍ ପ୍ରଶଂସା କରୁଛନ୍ତି। ଆଉ କହୁଛନ୍ତି, ‘ନିଶ ହେବ ତ ଅଭିନନ୍ଦନ ପରି’।
କିଛ ଲୋକ କହୁଛନ୍ତି ଯେ ଅଭିନ୍ଦନଙ୍କ ନିଶ ଉପରେ ଲୋକ ଏତେ ଫିଦା ଯେ ଏହା ଆଗାମୀ ଫ୍ୟାଶନ୍ ଟ୍ରେଣ୍ଡ ହୋଇପାରେ। ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୁଁଛେ ହୋ, ତୋ ନଥୁଲାଲ୍ ଜୈସି ’ ଏବେ ପୁରୁଣା ଡାଇଲଗ ହୋଇଗଲାଣି। ଏବେ ତ ମୋ ଦେଶ କହୁଛି, ‘ମୁଁଛେ ହୋ ତୋ ଅଭିନନ୍ଦନ ଜୈସି’।
ସୂଚନା ଥାଉ କି, ଫାଇଟର ପ୍ଲେନ୍ କ୍ରାଶ୍ ହେବା ପରେ ପାକିସ୍ତାନରେ ଫସି ରହିଥିବା ଭାରତୀୟ ବାୟୁସେନାର ବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଗତ ଶୁକ୍ରବାର ରାତି ପ୍ରାୟ ୯.୩୦ରେ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲେ। ପାକ୍ କବଜାରେ ଥିବା ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କମାଣ୍ଡର ଅଭିନନ୍ଦନ ନିର୍ଭୟରେ ପାକ୍ ସେନାର ପ୍ରଶ୍ନ ଜବାବ ଦେଉଥିବା ଦେଖିବାକୁ ମିଳିଥିଲା । ଅଭିନନ୍ଦନଙ୍କର ଏଭଳି ଅନ୍ଦାଜ୍ ଦେଶବାସୀଙ୍କୁ ବେଶ୍ ପସନ୍ଦ ଆସିଛି।
ଜଣେ ସାଶାଲ ମିଡିଆ ୟୁଜର ଲେଖିଛନ୍ତି, ‘ଭାରତର ସିଂହର କେବଳ ନିଶ ଦେଖିକି ପାକିସ୍ତାନ ଡରିଗଲା’ ସେହିପରି ଆଉଜଣେ ୟୁଜର ଲେଖିଛନ୍ତି, ‘ନିଶ ନୁହେଁ, ଏହା ପୂରା ମିଶାଇଲ୍’।
ସେ ଯାହା ହେଉ, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶର କ୍ରେଜ୍ ଏତେ ବଢ଼ିଗଲାଣି ଯେ ବିଭିନ୍ନ ଜାଗାରେ, ସେଲୁନ୍ରେ ମଧ୍ୟ ଅଭିନନ୍ଦନଙ୍କ ନିଶ ଥିବା ଫଟୋ ଲାଗିଛି ଓ ସେଠାରେ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି।
from Odisha Reporter https://ift.tt/2Hefr4L
No comments:
Post a Comment