‘କାର୍ଗିଲ୍‌ ଗର୍ଲ’ରେ ଏହି ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

‘କାର୍ଗିଲ୍‌ ଗର୍ଲ’ରେ ଏହି ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

pankaja

ମୁମ୍ବାଇ: ଗତ ବର୍ଷ  ‘ସ୍ତ୍ରୀ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଥିବା ପଙ୍କଜ ତ୍ରିପାଠୀ ଏବେ ଆଉ ଏକ ଦମ୍‌ଦାର ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପଙ୍କଜ ଖୁବ୍‌ଶୀଘ୍ର ଫିଲ୍ମ ‘କାର୍ଗିଲ୍‌ ଗର୍ଲ’ରେ ନଜର ଆସିବେ।
ଏହି ଫିଲ୍ମରେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା ଚରିତ୍ରରେ ଅଭିନୟ କରିବେ। ଫଙ୍କଜ ସେହି ଫିଲ୍ମରେ ଜାହ୍ନବୀ ତଥା ଗୁଞ୍ଜନଙ୍କ ବାପା ଅନୁଜ ସକ୍ସେନା ଚରିତ୍ରରେ ଅଭିନୟ କରିବେ।
ଫିଲ୍ମରେ ଜାହ୍ନବୀ କପୁର ଭାରତୀୟ ବାୟୁସେନାର ପାଇଲଟ୍‌ ଗୁଞ୍ଜନ ସକ୍ସେନା ଭୂମିକାରେ ଅଭିନୟ କରିବେ । ଗୁଞ୍ଜନ ଭାରତର ପ୍ରଥମ ମହିଳା ଯୋଦ୍ଧା ପାଇଲଟ୍‌ ଥିଲେ। ସେ ୧୯୯୯ର କାର୍ଗିଲ୍‌ ଯୁଦ୍ଧ ସମୟରେ ଖୁବ୍‌ ମହତ୍ୱପୂର୍ଣ୍ଣ କାମ କରିଥିଲେ। ତାଙ୍କୁ ତାଙ୍କ ସାହାସିକତା ବା ବାହାଦୁରି ପାଇଁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା।
ପଙ୍କଜ ତ୍ରିପାଠୀ ଫିଲ୍ମରେ ଜାହ୍ନବୀ ବାପା ହୋଇଥିବା ବେଳେ ନେହା ଧୁପିଆଙ୍କ ସ୍ୱାମୀ ଅଙ୍ଗଦ୍‌ ବେଦୀ ଜାହ୍ନବୀଙ୍କ ଭାଇ ଅଂଶୁମାନ୍‌ ସକ୍ସେନା ଚରିତ୍ରରେ ଅଭିନୟ କରିବେ।

ପଙ୍କଜଙ୍କୁ ଜାହ୍ନବୀଙ୍କ ଫିଲ୍ମ ‘ଧଡକ୍‌’ ଖୁବ୍‌ ପସନ୍ଦ ଆସିଥିଲା। ଏହା ଛଡ଼ା ସେ ଜାହ୍ନବୀଙ୍କ ମା’ ଶ୍ରାଦେବୀଙ୍କର ଜଣେ ବଡ଼ ପ୍ରଶଂସକ।
ଅନ୍ୟ ପକ୍ଷରେ ଜାହ୍ନବୀ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ପଙ୍କଜଙ୍କର ବି ଜଣେ ବଡ଼ ପ୍ରଶଂସକ। ଆଉ ସେ ତାଙ୍କ ସହ କାମ କରିବାକୁ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଶରଣ ଶର୍ମା। ଶରଣ ‘ଏ ଦିଲ୍‌ ହୈ ମୁସ୍କିଲ୍‌’ ଓ ‘ୟେ ଜୱାନୀ ହୈ ଦିୱାନୀ’ ଭଳି ଫିଲ୍ମରେ କ୍ରିଏଟିଭ୍‌ ଓ ସହ ନିର୍ଦ୍ଦେଶକ ଭାବେ କାମ କରି ସାରିଛନ୍ତି।

ପଙ୍କଜଙ୍କୁ ଯେତେବେଳେ ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ପଚରାଯାଇଥିଲା, ସେ କହିଥିଲେ , ମତେ ଫିଲ୍ମରେ ଜାହ୍ନବୀଙ୍କ ବାପା ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି।  ଜାହ୍ନବୀ ଖୁବ୍‌ ମନ ଲାଗାଇ କାମ କରନ୍ତି। କାମ ପ୍ରତି ତାଙ୍କ ନିଷ୍ଠାକୁ ମୁଁ ସମ୍ମାନ କରେ ବୋଲି ସେ କହିଥିଲେ।



from Odisha Reporter https://ift.tt/2Hcfyhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages