
ମୁମ୍ବାଇ: ଟିଭି ସିରିଏଲ୍ର ଆଇପିଏସ୍ ଅଫିସର୍ର ଭୂମିକାରେ ଦମଦାର୍ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ସିଂ ପୁଣି ଥରେ ଟେଲିଭିଜନରେ କମ୍ବ୍ୟାକ୍ କରିବାର ଖବର ଆସୁଛି। କୁହାଯାଉଛି ଯେ, ଦୀପିକା ଏକ୍ତା କପୁର୍ଙ୍କ ସିରିଏଲ୍ ଜରିଆରେ ଟେଲିଭିଜନ୍ ଦୁନିଆରେ ପୁଣି ଥରେ ଏଣ୍ଟ୍ରି କରିବେ। ସେ ପୂର୍ବରୁ ୨୦୧୬ରେ ଲୋକପ୍ରିୟ ସିରିଏଲ୍ “ଦିଆ ଅର୍ ବାତି ହମ୍” ସିରିଏଲ୍ରେ ଦେଖା ଯାଇଥିଲେ।
ସେହି ସିରିଏଲ୍ରେ ଦୀପିକା ଆଇପିଏସ୍ ଶ୍ରଦ୍ଧା ରାଠି ନାମକ ଭୂମିକାରେ ଦମ୍ଦାର୍ ଅଭିନୟ କରିଥିଲେ। ଏହି ସିରିଏଲ୍ ପରେ ଦୀପିକା ଗର୍ଭବତୀ ହୋଇଥିଲେ। ଆଉ ସେ ୨୦୧୭ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେ ତାଙ୍କ ପୂତ୍ର ସନ୍ତାନର ନାମ ଦେଇଛନ୍ତି ସୋହମ୍। ଗର୍ଭବତୀ ହେବା ପରଠାରୁ ପୁଅ ହେଲା ପର୍ଯ୍ୟନ୍ତ ସେ, ଟିଭି ଦୁନିଆରୁ ପୂରାପୂରି ଦୂରେଇ ଯାଇଥିଲେ। କିନ୍ତୁ ସେ ସୋଶାଲ୍ ମିଡିଆରେ ବହୁତ୍ ଆକ୍ଟିଭ୍ ଥିଲେ।

ଏକ ମିଡିଆ ରିପୋର୍ଟ ଅନୁସାରେ, ଦୀପିକା ଏକ୍ତା କପୁର୍ଙ୍କ ସିରିଏଲ୍ “କବଚ୍ କାଲି ଶକ୍ତିଆଁ କା-୨” ରେ କମ୍ବ୍ୟାକ୍ କରିପାରନ୍ତି। କୁହାଯାଉଛି ଯେ ଦୀପିକା ଏହି ସିରିଏଲ୍ରେ ପୂରା ଅଲଗା ରୋଲ୍ରେ ନଜର ଆସିବେ। ଏହି ସିରିଏଲ୍ର ପ୍ରଥମ ଭାଗରେ ଅଭିନେତ୍ରୀ ମୋନା ସିଂ, ବିବେକ ଦହିୟା ଏବଂ ମେହକ୍ ଚହଲ ପ୍ରମୁଖ ଥିଲେ।

ଦୀପିକା ସିଂ ୨୦୧୪ ମସିହା ମେରେ ଡାଇରେକ୍ଟର୍ ରୋହିତ୍ ରାଜ ଗୋୟଲ୍ଙ୍କୁ ବିବାହ କରିଥିଲେ। ଦୀପିକା ଡେବ୍ୟୁ କରିଥିବା ସିରିଏଲ୍ “ଦିଆ ଅର୍ ବାତି ହମ୍”ର ଡାଇରେକ୍ଟର୍ ଥିଲେ ରୋହିତ୍ । ଏହି ସିରିଏଲ୍ ସୁଟିଂ ଅବସରରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ।
ଗର୍ଭବତୀ ଥିବା ସମୟରେ ମୁଁ ଟିଭି ଦେଖିବା ଛାଡ଼ି ନଥିଲି ବୋଲି ଦୀପିକା କିଛି ଦିନ ପୂର୍ବରୁ ସେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ।
from Odisha Reporter https://ift.tt/2HT6iPD
No comments:
Post a Comment