ମୃତ ହାତୀକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେଣି ହାତୀ ପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ମୃତ ହାତୀକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେଣି ହାତୀ ପଲ

ବଣାଇଗଡ଼(ରଣଜିତ୍ ଚୌଦୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଜର୍ଡା ରେଞ୍ଜ୍ ଅନ୍ତର୍ଗତ ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ ହାତୀଟି ଅସୁସ୍ଥ ହୋଇପଡ଼ିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜର୍ଡା ରେଞ୍ଜର ରାଇପୁର ଜଙ୍ଗଲରେ ୧୫ଟି ହାତୀ ବିଚରଣ କରନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ହାତୀଟି ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଖବର ପାଇ ଗତକାଲି ବନବିଭାଗ କର୍ମଚାରୀ, ବଣାଇ ଏସିଏଫ୍, ଜରଡା ରେଞ୍ଜର, ପଶୁଚିକିତ୍ସା ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ହାତୀର ଚିକିତ୍ସା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀଟିର ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ହାତୀଟିକୁ ବ୍ୟବଚ୍ଛେଦ ପାଇଁ ନେବା ବେଳେ ଅନ୍ୟ ହାତୀ ପଲ ପଳାଇ ଆସିଥିଲେ। ଅନ୍ୟ ହାତୀମାନେ ପାଖରେ ଜଗି ରହିଥିବାରୁ ହାତୀ ପାଖକୁ ଯିବାସମ୍ଭବ ହୋଇନଥିଲା। ପରେ ବନ ବିଭାଗର ଏକ ଟିମ୍‌ ହାତୀ ପଲକୁ ଘଉଡ଼ାଇ ଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ହାତୀକୁ ସେଠାରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।
ଜର୍ଡ଼ା ରେଜଂର କହିଛନ୍ତି,“ ହାତୀର ଗୋଡରେ ଆଘାତ ଲାଗିଥିଲା। ସେଥିପାଇଁ ସେ ସେ ଚାଲିପାରୁନଥିଲା। ଅସୁସ୍ଥତା କାରଣରୁ ସେ ଖାଦ୍ୟ ମଧ୍ୟ ଖାଇପାରୁନଥିଲା। ଏଥିପାଇଁ ହାତୀଟିର ମୃତ୍ୟୁ ଘଟିଛି।”



from Odisha Reporter https://ift.tt/2Wsjvmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages