ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି।  ପୁଲିସର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ  ହୋଇଯାଇଛି। ବାପଘରୁ ବୋହୂ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଏମିତିକି ମାରପିଟ୍‌ ହୋଇ ଥାନା ଭଙ୍ଗାରୁଜା ଯାଏଁ କଥା ଯାଇଥିଲା  ପୁଲିସ ଘଟଣାର ସମାଧାନ କରିବାରେ ବିଫଳ ହେବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ଲୋକେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।  ଅଭିଯୁକ୍ତଙ୍କୁ ଧରିବାକୁ ଗାଁରେ ଏବେ ପୁଲିସ ପଇଁତରା ମାରୁଛି । ହେଲେ ଗିରଫ ଭୟରେ ଗାଁରେ ବୟସ୍କ ଓ ଛୋଟ ପିଲାଙ୍କୁ ଛାଡ଼ିଦେଲେ ଆଉ କାହାର ଦେଖାନାହିଁ ।

ସୂଚନା ଅନୁଯାୟୀ, ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଜଣେ ଯୁବତୀ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା।

ହୋଲି ପର୍ବ ପାଇଁ ଝିଅ ବାପ ଘର(ପାରାପୋଖରୀ)କୁ ଯାଇଥିଲା। ହେଲେ ରାତିରେ ଶ୍ଵଶୁର ଘରକୁ ଫେରିଲା ବେଳେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଶଶୁର ଘର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଥାକୁ ନେଇ ପୁଅ ଘର ଓ ଝିଅ ଘର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ବୁଝାସୁଝା କରିବା ପାଇଁ ଉଭୟଙ୍କ ପକ୍ଷର ଲୋକଙ୍କୁ ଥାନାକୁ ଆଣିଥିଲା ଓ ପରେ ଛାଡ଼ି ଦେଇଥିଲା।

ପରେ ପୁଣି ପୂର୍ବ ତିକ୍ତତାକୁ ନେଇ ଉଭୟଙ୍କ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହେଲେ ପୁଲିସ୍‌ ମାମଲାକୁ ସମାଧାନ କରିବାରେ ବିଳମ୍ବ କରିଥିବା ଅଭିଯୋଗ ଆଣି ବିନୋବାଭାବେ ନଗର ଗାଁର ଲୋକେ ଥାନାରେ ପଶି ଭଙ୍ଗାରୁଜା କରିଥିଲେ।



from Odisha Reporter https://ift.tt/2UYswTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages