ଆସନ୍ତୁ ଜାଣିବା କେମିତି ତିଆରି ହୁଏ ‘ହଂକଂ ଫିଶ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଆସନ୍ତୁ ଜାଣିବା କେମିତି ତିଆରି ହୁଏ ‘ହଂକଂ ଫିଶ୍’

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ମାଛ, ରିଫାଇନ୍ ତେଲ, ପିଆଜ, କ୍ୟାପସିକମ୍, ଅଣ୍ଡା, ମଇଦା, ମକା ଗୁଣ୍ଡ, ଅଦା, ରସୁଣ, ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍, ଆବଶ୍ୟକ ପରିମାଣରେ ଚାଇନା ସଲ୍ଟ, ପେପର୍ ସଲ୍ଟ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା, ମଇଦା, ମକା ଗୁଣ୍ଡ, ପେପର ସଲ୍ଟ ଓ ଚାଇନା ସଲ୍ଟକୁ ମିଶାଇ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏହି ମିଶ୍ରଣରେ ମାଛକୁ ଭଲ କରି ବୁଢ଼ାଇ ଛାଣିଦିଅନ୍ତୁ। ଛଣା ସରିଲା ପରେ ତାକୁ ଅଲଗା ପାତ୍ରରେ କାଢ଼ି ରଖନ୍ତୁ।

ବର୍ତ୍ତମାନ ଅଳ୍ପ ତେଲ ଗରମ କରି ଶୁଖିଲା ଲଙ୍କା, ଅଦା, ପିଆଜ, କ୍ୟାପସିକମ୍ ପକାଇ କିଛି ସମୟ ଭଲ କରି ଭାଜନ୍ତୁ। ତା’ପରେ ଏଥିରେ ଛଣା ମାଛ, ସୋୟା ସସ୍‌, ଚିଲି ସସ୍, ଟୋମାଟୋ ସସ୍ ଓ ଅଳ୍ପ ପାଣି ମିଶାଇ ଅଛ ସମୟ ଫୁଟାନ୍ତୁ। ଏଥିରେ ପୁଣି ଚାଇନା ସଲ୍ଟ, ପେପର ସଲ୍ଟ ଓ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ହଂକଂ ଫିଶ୍’।



from Odisha Reporter https://ift.tt/2OemFaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages