
ପାଣାଜୀ: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବିଜେପି ନେତୃତ୍ୱଧୀନ ମେଣ୍ଟ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛି। ଏଥିସହିତ ଗୋଆ ରାଜନୀତିକ ସଙ୍କଟରୁ ଫାଇଦା ନେଇ ସାଧାରଣ ନିର୍ବାଚନରେ ଚକ୍ମା ଦେଖାବା ଚକ୍କରରେ ଥିବା କଂଗ୍ରେସକୁ ଝଟ୍କା ଲାଗିଛି।
ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟିଂରେ ସରକାରଙ୍କ ସପକ୍ଷରେ ୨୦ଟି ଭୋଟ୍ ମିଳିଥିବାବେଳେ ବିରୋଧୀ ୧୫ଟିରେ ସନ୍ତୁଷ୍ଟ ରହିଥିଲେ। ଗୋଆ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୪୦। କିନ୍ତୁ ବର୍ତ୍ତମାନ ସଦସ୍ୟଙ୍କ ସଂଖ୍ୟା ୩୬ ରହିଛି। ହ୍ରାସ ପାଇଥିବା ୪ ଜଣଙ୍କ ମଧ୍ୟରୁ ଗତ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବଂ ଗତ ଫେବୃଆରୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଫ୍ରାନ୍ସିସ୍ ଡିସୌଜାଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।
ପୂର୍ବତନ ବାଚସ୍ପତି ସାୱନ୍ତ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ଆଜି ଉପବାଚସ୍ପତି ମାଇକେଲ ଲୋବୋ ଆଜି ଗୃହ ପରିଚାଳନା କରୁଥିଲେ। ଆଜି ଭୋଟିଂରେ ସରକାରଙ୍କ ପକ୍ଷରେ ୧୧ଜଣ ବିଜେପି, ୩ ଜଣ ଏମ୍ଜିପି ବିଧାୟକ, ୩ ଜଣ ଗୋଆ ଫରୱାର୍ଡ ବିଧାୟକ ଏବଂ ୩ ଜଣ ସ୍ୱାଧୀନ ବିଧାୟକ ଭୋଟ୍ ଦେଇଥିଲେ। ସେହିଭଳି ବିରୋଧୀଙ୍କ ପକ୍ଷରୁ ୧୪ ଜଣ କଂଗ୍ରେସ ବିଧାୟକ ଏବଂ ଜଣେ ନ୍ୟାସନାଲିଷ୍ଟ କଂଗ୍ରେସ ବିଧାୟକ ଭୋଟ୍ ଦେଇଥିଲେ।
ପକ୍ଷାଘାତର ଶିକାର ହୋଇଥିବା ପୂର୍ବତନ ମନ୍ତ୍ରୀ ପାଣ୍ଡୁରାଂ ମାଡ୍କାଇକର ଏହି ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବା ସହ ବାଚସ୍ପତିଙ୍କଠାରୁ ଅନୁମତି ନେଇ ହାତ ଟେକି ଭୋଟ୍ ଦେଇଥିଲେ।
from Odisha Reporter https://ift.tt/2HwGp92
No comments:
Post a Comment