
ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡ କ୍ରାଏଷ୍ଟଚର୍ଚ୍ଚ ନରସଂହାର ଘଟଣାରେ ୨୮ ବର୍ଷୀୟ ଆତଙ୍କୀ ବ୍ରେନଟନ ଟୋରାଣ୍ଟ ସ୍ଥାନୀୟ କୋର୍ଟରେ ହାଜର ହୋଇଛି । ଏହାପରେ ରିମାଣ୍ଡରେ ନେଇଛି ପୋଲିସ । ଏପ୍ରିଲ ୫ରେ ସାଉଥ ଆଇଜଲ୍ଯାଣ୍ଡ ସିଟି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି । ଆତଙ୍କୀ ଜଣକ ଅଷ୍ଟ୍ରେଲିଆର ନାଗରିକ ବୋଲି ଜଣାପଡ଼ିଛି ।
ପୋଲିସ ଆତଙ୍କୀ ଜଣକୁ କୋର୍ଟକୁ ଆଣିବା ବେଳେ ହାତରେ ହ୍ଯାଣ୍ଡକପ୍ ପଡ଼ିଥିବା ବେଳେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲା । ତେବେ ଗଣମାଧ୍ଯମ ପ୍ରତିନିଧି ଫଟୋ ନେଉଥିବା ବେଳେ ସ୍ମିତ ହାସ୍ଯ ଦେଇଥିବା ଜଣାପଡ଼ିଛି ।
ଆଜି କୋର୍ଟରେ ହାଜର ବେଳେ ଆତଙ୍କୀ ଟୋରାଣ୍ଟର ଓକିଲ ଜାମିନ ପାଇଁ ଆବେଦନ କରିନଥିବା ସୂଚନା ରହିଛି । ପୋଲିସର ଆଗାମୀ କାର୍ଯ୍ଯାନୁଷ୍ଠାନ ପରେ ଅଭିଯୁକ୍ତର ଓକିଲ କୋର୍ଟରେ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ଯ ଦୁଇଟି ମସଜିଦ୍ ଉପରେ ଟୋରାଣ୍ଟ ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ମସଜିଦ୍ ମଧ୍ୟରେ ପ୍ରାର୍ଥନା କରୁଥିବା ୪୯ ଜଣ ନିରୀହ ଲୋକଙ୍କର ମୃତ୍ଯୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
from Odisha Reporter https://ift.tt/2UzkdxI
No comments:
Post a Comment