ହୋଲ୍ଡିଂ ଟ୍ୟାକ୍ସ ବାକି: ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି , ବିଏସ୍ଏନଏଲ ଓ ତାରକା ହୋଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ହୋଲ୍ଡିଂ ଟ୍ୟାକ୍ସ ବାକି: ତାଲିକାରେ ଶ୍ରୀମନ୍ଦିର ପରିଚାଳନା କମିଟି , ବିଏସ୍ଏନଏଲ ଓ ତାରକା ହୋଟେଲ

ପୁରୀ(ଓଡ଼ିଶା ରିପୋର୍ଟର):ହୋଲ୍ଡିଂ ଟ୍ୟାକ୍ସ ନେଇ ଆସିଛି ଗୁରୁତର ଅଭିଯୋଗ। କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ତାଲିକାରେ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, ବିଏସ୍.ଏନ.ଏଲ, ତାରକା ହୋଟେଲ, ଲଜିଂ ଓ ରେଷ୍ଟୁରାଣ୍ଟ । ଏ ସମସ୍ତ ଅନୁଷ୍ଠାନକୁ ପୁରୀ ପୌରସଂସ୍ଥା ପକ୍ଷରୁ ନୋଟିସ ଜାରି କରାଯାଇଛି।  ନୋଟିସ ଜାରି ହୋଇଥିବା ଅନୁଷ୍ଠାନକୁ ୭ଦିନ ମହଲତ ଦିଆଯାଇଛି । ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ।  ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାନ୍ତି କର ।  ଟ୍ୟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି।  ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ ।  ସେହିପରି ହୋଟେଲ ସୋନାଲି,  ହୋଟେଲ ସିଗଲ, ରେଣୁକା ଭବନ, ଇ-୨୪ ହସପିଟାଲ,ଏପରିକି ବହୁଚର୍ଚ୍ଚିତ ଏମାର ମଠ ନାଁରେ ମଧ୍ୟ ୭ଲକ୍ଷ ୮୭ ହଜାର ୬୪୦ ଟଙ୍କା ଟ୍ୟାକ୍ସ ବାକି ରହିଛି।



from Odisha Reporter https://ift.tt/2CnL0pM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages