‘ଏନଡିଏକୁ ସାହା ହେବେ ମହାମେଣ୍ଟ ପ୍ରାର୍ଥୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

‘ଏନଡିଏକୁ ସାହା ହେବେ ମହାମେଣ୍ଟ ପ୍ରାର୍ଥୀ’

Ram-Vilas-paswan

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିହାରରେ ଉଭୟ ମହାମେଣ୍ଟ ଏବଂ ଏନଡିଏ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ଏହାକୁ ନେଇ ଏନଡିଏର ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ରାମବିଳାସ ପାଶୱାନ କହିଛନ୍ତି, ମହାମେଣ୍ଟ ଦେଇଥିବା ପ୍ରାର୍ଥୀ ଏନଡିଏ ପାଇଁ ବରଦାନ ସଦୃଶ ହେବ। ନିର୍ବାଚନରେ ଏନଡିଏ ବିହାରରେ ବାଜି ମାରିବ ବୋଲି ସେ କହିଛନ୍ତି।

ଜାତି ନୁହେଁ, ଧର୍ମନିରପେକ୍ଷତା ଆଧାରରେ ଏନଡିଏ ପ୍ରାର୍ଥୀ ଦେଇଛି ଏବଂ ଏହା ମହାମେଣ୍ଚ ପାଇଁ କାଳ ହେବ ବୋଲି ଶ୍ରୀ ପାଶୱାନ ଆକଳନ କରିଛନ୍ତି। ଏଥିସହ ବିହାରରେ ଦେଢ଼ବର୍ଷ ହେବ ଏନଡିଏ ସରକାର ଆସିବା ପରେ ଅନେକ ବିକାଶ ହୋଇଛି ବୋଲି ସେ ଦାବି କରିଛନ୍ତି।

ତେବେ ଏଥର ଶ୍ରୀ ପାଶୱାନ ନିଜେ ନିର୍ବାଚନ ଲଢ଼ୁନାହାନ୍ତି। ଏହା ତାଙ୍କ ଦଳର ନିଷ୍ପତ୍ତି ବୋଲି ସେ ଦୋହରାଇଛନ୍ତି। ହାଜିପୁର ସଂସଦୀୟ କ୍ଷେତ୍ରରେ ଚଳିତଥର ତାଙ୍କ ସ୍ଥାନରେ ଏଲଜେପି ପଶୁପତି କୁମାର ପାରସଙ୍କୁ ପ୍ରାର୍ଥୀ କରିଛି। ସେ ଲୋକଜନଶକ୍ତି ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି। ସେହିପରି ରାମବିଳାସଙ୍କ ସାନ ଭାଇ ରାମଚନ୍ଦ୍ର ପାଶୱାନ ସମସ୍ତିପୁର ଓ ପୁଅ ଚିରାଗ ପାଶୱାନ ଜମୁଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି।



from Odisha Reporter https://ift.tt/2TTXzUz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages