ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଆଜି ୪୦ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କରିଛି। ଷ୍ଟାର କ୍ୟାମ୍ପେନର ତାଲିକାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୮ଜଣ ଫିଲ୍ମ ଅଭିନେତା ତଥା ଦଳୀୟ ନେତା ଓ ୫ଜଣ ନେତ୍ରୀ ସାମିଲ ଅଛନ୍ତି। ତାଲିକାରେ ଦଳର ମହିଳା,ଯୁବ ଓ ଛାତ୍ର ମୁଖ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ଷ୍ଟାର କ୍ୟାମ୍ପେନର ଭାବେ ସାଂସଦ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସ ନାୟକ, ମୁନ୍ନା ଖାଁ, କୁନା ତ୍ରିପାଠୀ ଓ ଅରିନ୍ଦମ ରାୟଙ୍କୁ ସାମିଲ କରାଯାଇଥିବାବେଳେ ନେତ୍ରୀ ଭାବେ ପ୍ରମିଳା ମଲ୍ଲିକ, ଶ୍ରୀମୟୀ ଶ୍ୱେତା ସିଗ୍ଧା ମିଶ୍ର, କସ୍ତୁରୀ ମହାପାତ୍ର, ମିନତୀ ବେହେରା, ଲୋପାମୁଦ୍ରା ବକ୍ସିପାତ୍ର ରହିଛନ୍ତି।

ସେହିପରି ବରିଷ୍ଠ ନେତା ଏୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରସନ୍ନ କୁମାର ପାଟ୍ଟଶାଣୀ, ଏନ ଭାସ୍କର ରାଓ, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ରବିନାରାୟଣ ପାଣି, ପ୍ରଫୁଲ୍ଲ ମଲ୍ଲିକ, କିଶୋର ମହାନ୍ତି, ନବ କିଶୋର ଦାସ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ଚନ୍ଦ୍ରସାରଥୀ ବେହେରା, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ସୁବାସ ସିଂ, ସୁଶାନ୍ତ ସିଂ, ଅନନ୍ତ ନାରାୟଣ ଜେନା, ତେଜେଶ୍ୱର ପରିଡ଼ା, ଅସୀମ୍ ଅମିତାଭ ଦାସ, ଅମରେଶ ପତ୍ରୀ ଓ ରାଣାପ୍ରତାପ ପାତ୍ରଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯାଇଛି। ଦଳ ପକ୍ଷରୁ ଏନେଇ ନିର୍ବାଚନ କମିଶନଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଥିବା ସୂଚନା ମିଳିଛି।



from Odisha Reporter https://ift.tt/2CKDPs3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages