
ଭୁବନେଶର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ପରେ ପଶିଲା ଚେତା। ଯୁକ୍ତ ଦୁଇ ପରୀକ୍ଷାରେ ଯେମିତି କିଛି ଅବହେଳା ରହିବ ନାହିଁ, ସେନେଇ ତତ୍ପର ହୋଇଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯୁକ୍ତ ଦୁଇ ପରୀକ୍ଷା ନେଇ ପରିଷଦ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ସେ କହିଛନ୍ତି-“ପରୀକ୍ଷା ହଲ୍କୁ ସାଧାରଣ ଘଣ୍ଟା ପିନ୍ଧି ଯାଇପାରିବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ମାତ୍ର ସ୍ମାର୍ଟ ଘଣ୍ଟା ପିନ୍ଧି ଛାତ୍ରଛାତ୍ରୀମାନେ ହଲ୍ରେ ପ୍ରବେଶ କରିପାରିବେ ନାହିଁ। ଏହାଛଡ଼ା ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ନନେଇ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଅଧାରୁ ହଲ୍ ଛାଡ଼ିପାରିବେ। ଟଏଲେଟ୍ ଗଲେ ପ୍ରଶ୍ନପତ୍ରକୁ ପରୀକ୍ଷକଙ୍କୁ ଦେଇ ଯିବେ। ଟଏଲେଟ୍ରେ ୨ ମିନିଟ୍ରୁ ଅଧିକ ସମୟ ରହିଲେ, ନିରୀକ୍ଷକ ଯାଞ୍ଚ କରିବେ। ସକାଳ ୯ଟା ୩୦ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ।”
ସେ ଆହୁରି କହିଛନ୍ତି-“ନକ୍ସଲ ପ୍ରବଣ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରର ଅଧୀକ୍ଷକଙ୍କ ପାଖରେ ନିରୀକ୍ଷକମାନେ ମୋବାଇଲ ଫୋନ ଜିମା ଦେବେ। ସମୁଦାୟ ୧୦୯୧ଟି କେନ୍ଦ୍ରରୁ ୯୩୫ କେନ୍ଦ୍ରରେ ସିସିଟିଭି ଲାଗିଛି। ବାକି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯିବ। ଆବଶ୍ୟକ ପଡ଼ିଲେ ସିସିଟିଭି ଲାଗିନଥିବା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ରୂପେ ଘୋଷଣା କରାଯିବ।”
ଚଳିତବର୍ଷ ଆସନ୍ତା ୭ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ଏଥର ରାଜ୍ୟରେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
from Odisha Reporter https://ift.tt/2HhnyxR
No comments:
Post a Comment