
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳଖିଆରେ ବ୍ରେଡ୍ ଜାମ୍ ବେଶ୍ ଲୋକପ୍ରିୟ। ଏଥିପାଇଁ ସକାଳ ଜଳଖିଆରେ ଆପଣ ନିଜ ପିଲାଙ୍କୁ ବ୍ରେଡ୍ ଜାମ୍ କିମ୍ୱା ରୁଟି ଜାମ୍ ଓ ବିସ୍କୁଟ୍ ଖାଇବାକୁ ଦେଇଥାନ୍ତି। ଏପରିକି ଅନେକ ସମୟରେ ଆପଣ ଟିଫିନ୍ରେ ମଧ୍ୟ ଏହି ସବୁ ଖାଦ୍ୟ ମଧ୍ୟାହ୍ନ ଭୋଜନ ଭାବରେ ପିଲାଙ୍କୁ ଦେଇଥାନ୍ତି।
ଟିଭି ବିଜ୍ଞାପନରେ ବ୍ରେଡ୍ ଓ ଜାମ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଦେଖାଯାଛି ସତ କିନ୍ତୁ ଏହା ସତ ନୁହେଁ। ଆପଣ ହୁଏତ ଜାଣି ନ ଥିବେ ଗୋଟିଏ ଚାମଚ ଜାମ୍ ଦୁଇ ଚାମଚ ଚିନି ସହିତ ସମାନ। ଆଜ୍ଞା ହଁ, ଏହା ସତ।
ଯାହା ଆପଣଙ୍କ ପିଲାର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପିଲାଙ୍କର ମନପସନ୍ଦର ଖାଦ୍ୟ ଜାମ୍କୁ ଖାଇବାକୁ କାହିଁକି ବାରଣ କରାଯାଇଛି।
- ଜାମ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଫଳକୁ ସିଝା ଯାଇଥାଏ ଏବଂ ସମାନ ପରିମାଣର ଚିନି ମିଶାଇ ଏହାକୁ ତିଆରି କରାଯାଇଥାଏ। ଫଳଗୁଡ଼ିକୁ ସିଝାଇବା ଦ୍ୱାରା ଏଥିରେ ଥିବା ନ୍ୟୁଟ୍ରିସନ୍ସ ଓ ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ। ଯେପରିକି ଭିଟାମିନ୍-ସି ସମ୍ପୂର୍ଣ୍ଣ ଭାବରେ ଫଳରୁ ନଷ୍ଟ ହୋଇଥାଏ।

- ଯେଉଁ ପିଲା ପ୍ରତିଦିନ ଖାଦ୍ୟରେ ବ୍ରେଡ୍ ଜାମ୍ ଖାଇଥାନ୍ତି ଭବିଷ୍ୟତରେ ସେମାନଙ୍କୁ ମୋଟାପଣ ଓ ହୃଦ୍ଘାତ ହେବାର ଆଶଙ୍କା ରହିଥାଏ। ଏହାର କାରଣ ଜାମ୍ରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ।
- ଅନ୍ୟ ଏକ କାରଣ ହେଉଛି ସଂରକ୍ଷଣ କରି ରଖାଯାଉଥିବା ଖାଦ୍ୟ ପଦାର୍ଥରେ ଅଧିକ ମାତ୍ରାରେ କେମିକାଲସ୍ ଓ ଚିନି ଦିଆଯାଇଥାଏ, ଯାହା ଆପଣଙ୍କ ପିଲାର ସ୍ୱାଦ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ସ୍ୱାଦ ଗ୍ରନ୍ଥି ଏହିସବୁ ଖାଦ୍ୟକୁ ଖାଇବା ପାଇଁ ପସନ୍ଦ କରିଥାଏ। ଏହି ଖାଦ୍ୟ ଖାଇବା ପରେ ଆପଣଙ୍କ ପିଲାର ପେଟ ପୂରି ଯାଇଛି ବୋଲି ମସ୍ତିଷ୍କକୁ ଭୁଲ୍ ସଙ୍କେତ ଯାଇଥାଏ ଏବଂ ଭବିଷ୍ୟତରେ ଆପଣଙ୍କ ପିଲା ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।
from Odisha Reporter https://ift.tt/2EpRlRG
No comments:
Post a Comment