ପାକିସ୍ତାନ ମିଛ ଧରିଲା ରାଡାର: ଏୟାର ଷ୍ଟ୍ରାଇକ୍‌ରେ ଧ୍ୱଂସ ହୋଇଛି ଜୈଶ ଠିକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ପାକିସ୍ତାନ ମିଛ ଧରିଲା ରାଡାର: ଏୟାର ଷ୍ଟ୍ରାଇକ୍‌ରେ ଧ୍ୱଂସ ହୋଇଛି ଜୈଶ ଠିକଣା

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱବାସୀଙ୍କ ଆଗରେ ମିଛୁଆ ପ୍ରମାଣିତ ହୋଇଛି ପାକିସ୍ତାନ। ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର ଷ୍ଟ୍ରାଇକ୍‌ରେ ଜୈଶ-ଇ-ମହମ୍ମଦର ୪ଟି ବିଲଡିଂ ଧ୍ୱଂସ ପାଇଯାଇଥିବା ରାଡାର ଛବିରୁ ସାମ୍ନାକୁ ଆସିଛି।

ଭାରତ ପୁଲୱାମା ଆତଙ୍କବାଦୀ ହମ୍‌ଲାର ବଦଲା ନେବାକୁ ଏଭଳି ଏୟାର ଷ୍ଟ୍ରାଇକ୍‌ କରିଥିଲା। ପାକିସ୍ତାନ ସରକାର ଏୟାର ଷ୍ଟ୍ରାଇକ୍‌ କଥାକୁ ମାନି ଥିଲେ ହେଁ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇ ନଥିବା କହିଥିଲେ। ହେଲେ ଏହା ମିଛ ବୋଲି ରାଡାର ଛବିରୁ ପ୍ରମାଣିତ ହୋଇଛି। ବାଲାକୋଟ୍‌ର ପାହାଡ଼ ଉପରେ ତଲେନ୍ ଉଲ-କୁରାନ୍‌ ନାମକ ଏକ ମଦ୍ରାସା ରହିଥିଲା। ଏହା ମଧ୍ୟରେ ଜୈଶ ସଂଗଠନର ୪ଟି ବିଲ୍‌ଡିଂ ରହିଥିଲା। ଏହିଠାରୁ ହିଁ ଆତଙ୍କବାଦର ବିଷମଞ୍ଜି ବୁଣା ଯାଉଥିଲା।

ଭାରତୀୟ ବାୟୁସେନା ମଙ୍ଗଳବାର ଯେଉଁ ଏୟାର ଷ୍ଟ୍ରାଇକ୍‌ କରିଥିଲା, ଏଥିରେ ୪ଟି ଯାକ ବିଲଡିଂ ଧ୍ୱଂସ ହୋଇଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ସୀମିତ ବୈଷୟିକ ଗୁଇନ୍ଦାଗିରି ଓ ତୃଣମୂଳସ୍ତରରେ ଗୁଇନ୍ଦାଗିରିର ଅଭାବ ଯୋଗୁ ଏୟାର ଷ୍ଟ୍ରାଇକ୍‌ରେ ସଠିକ୍‌ ଭାବେ କେତେ ଆତଙ୍କବାଦୀ ନିହିତ ହୋଇଛନ୍ତି ତା’ର ଆକଳନ କରାଯାଇ ପାରିବ ନାହିଁ। କିନ୍ତୁ ଏହି ୪ଟି ବିଲଡିଂରେ ଆତଙ୍କବାଦୀମାନେ ରହୁଥିବା ଖବରରେ କୌଣସି ଭୁଲ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏୟାର ଷ୍ଟ୍ରାଇକ୍‌ର ଛବିକୁ ଗୁଇନ୍ଦା ସଂସ୍ଥା ଏସ୍‌ଏଆର୍ ଦ୍ୱାରା କଏଦ କରିଥିଲା। ଭାରତୀୟ ବାୟୁସେନା ମିରାଜ୍-୨୦୦୦ରେ ଏୟାର ଷ୍ଟ୍ରାଇକ୍ କରି ଏହି ୪ଟି ବିଲଡିଂକୁ ଧ୍ୱଂସ କରୁଥିବା ଛବି ମଧ୍ୟ ଗୁଇନ୍ଦା ରାଡାର ଦ୍ୱାରା ହାସଲ କରିଛି। ଏହି ବିଲଡିଂ ଗୁଡ଼ିକ ଜୈଶ ଦ୍ୱାରା ପରିଚାଳିତ ମଦ୍ରାସା ମଧ୍ୟରେ ରହିଥିଲା।

ରାଡାରରୁ ମିଳିଥିବା ଛବି ଅନୁଯାୟୀ, ଏହି ୪ଟି ବିଲ୍‌ଡିଂକୁ ଗୋଟିଏ ଜୈଶର ଗେଷ୍ଟ ହାଉସ୍‌ ଭାବେ ବ୍ୟବହାର ହେଉଥିଲା। ଏଠାରେ ମାସୁଦ ଆଝାରର ଭାଇ ରହୁଥିଲା। ଏହା ମଧ୍ୟରେ ଏକ ‘ଏଲ୍‌’ ଆକୃତିର ବିଲଡିଂ ରହିଥିଲା। ଯେଉଁଠାରେ ଆତଙ୍କବାଦୀଙ୍କ ଟ୍ରେନରମାନେ ରହୁଥିଲେ। ଏଥିସହ ଏଠାରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂରେ ସଂଗଠନ ସଦସ୍ୟଙ୍କୁ ସେମିନାରରେ ସାମିଲ କରାଯାଉଥିଲା। ଏହି ସେମିନାରରେ ଜେହାଦୀ ପାଇଁ ସେମାନଙ୍କୁ ଉସକା ଯାଉଥିଲା।

ଶେଷ ବିଲଡିଂରେ ଆକ୍ରମଣ ପାଇଁ ଆତଙ୍କୀମାନଙ୍କୁ ଶେଷଥର ପାଇଁ ଟ୍ରେନିଂ ଦିଆଯାଉଥିଲା। ଏସବୁ ବିଲଡିଂ ଉପରେ ହିଁ ବୋମା ମାଡ଼ କରାଯାଇଥିବା ରାଡାରରୁ ଜଣାପଡ଼ିଛି।

ତେବେ ରାଡାର ଛବି କ’ଣ ସ୍ୟାଟେଲାଇଟ୍‌ ଭଳି ସ୍ପଷ୍ଟ ଫଟୋ ଦେଖାଇପାରିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଜଣେ ଅଧିକାରୀ କହିଛନ୍ତି, ଆମେ ଏୟାର ଷ୍ଟ୍ରାଇକ୍‌ ବେଳେ ସ୍ୟାଟେଲାଇଟ୍‌ର ବ୍ୟବହାର କରିଥାଆନ୍ତୁ। କିନ୍ତୁ ସେଦିନ ପାକିସ୍ତାନ ପାଣିପାଗ ଠିକ୍‌ ନଥିଲା। ପାଗ କୋହଲା ଥିବାରୁ ସ୍ୟାଟେଲାଇଟ୍‌ରେ ଛବି ଉଠା ଯାଇପାରି ନାହିଁ। କିନ୍ତୁ ରାଡାର ଦ୍ୱାରା ଏୟାର ଷ୍ଟ୍ରାଇକ୍‌ କେଉଁଠି କରାଯାଇଛି, ତା’ର ଛବି ରହିଛି। ମଦ୍ରାସା ନିକଟରେ ଜନବସତି ନଥିବାରୁ ଏଠାରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଏହି ତଥ୍ୟ ପରେ ମଧ୍ୟ ପାକିସ୍ତାନ ଏହାକୁ ମାନୁନାହିଁ। ଯଦି ଭାରତର ଏୟାର ଷ୍ଟ୍ରାଇକ୍‌ରେ କିଛି କ୍ଷୟକ୍ଷତି ହୋଇନାହିଁ, ତା’ହେଲେ ପାକିସ୍ତାନ ସରକାର ତୁରନ୍ତ ପାହାଡ଼ ଉପରେ ଥିବା ମଦ୍ରାସାକୁ କାହିଁକି ସିଲ୍‌ କଲେ? କ’ଣ ପାଇଁ ସାମ୍ବାଦିକମାନଙ୍କୁ ମଦ୍ରାସାକୁ ଦେଖିବାକୁ ଅନୁମତି ଦେଲେ ନାହିଁ?

ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏହାର ବଦ୍‌ଲା ନେବାକୁ ସାରା ଦେଶରେ ଦାବି ହୋଇଥିଲା। ଏହାର ୧୨ ଦିନ ପରେ ଅର୍ଥାତ ଗତ ମଙ୍ଗଳବାର ଭୋର ୩ଟା ୩୦ରେ ୧୨ଟି ମିରାଜ୍‌-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନର ବାଲାକୋଟ୍‌ରେ ପହଞ୍ଚି ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଏହାକୁ ନେଇ ଭାରତ ଓ ପାକ୍‌ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ଏସବୁ ମଧ୍ୟରେ କିଛି ରାଜନେତା ଏୟାର ଷ୍ଟ୍ରାଇକ୍‌ର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏବେ ରାଡାର ଦ୍ୱାରା ସବୁ କଏଦ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2tM9Zy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages