ଇଭିଏମ୍: ନିର୍ବାଚନ କମିଶନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଇଭିଏମ୍: ନିର୍ବାଚନ କମିଶନ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ ଇଭିଏମରେ ଭୋଟିଂ ପରେ ଭିଭିପ୍ୟାଟ୍‌ର ପେପର ଟ୍ରେଲ ଅଡିଟ୍‌ ବା ପୁନଃଯାଞ୍ଚ ପାଇଁ ୨୧ଟି ବିରୋଧୀ ଦଳଙ୍କ ମିଳିତ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଏହି ବାବଦରେ ଉତ୍ତର ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନ୍‌ଙ୍କୁ ନୋଟିସ୍ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ନିର୍ବାଚନ କମିଶନ୍‌ଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୫ରେ ଏହାର ପରବର୍ତ୍ତୀ ଶୁଣାଣି ହେବାର ଥିବାରୁ କୋର୍ଟଙ୍କୁ ସହଯୋଗ କରିବା ପାଇଁ ଜଣେ ଉପଯୁକ୍ତ ଅଧିକାରୀଙ୍କୁ କମିଶନ୍ ନିଯୁକ୍ତି ଦେବେ।

ଏହି ଆବେଦନକାରୀମାନେ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି, ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ୫୦% ଭିଭିପ୍ୟାଟ୍‌ର ଯାଞ୍ଚ ବାଧ୍ୟତାମୂଳକ ହେବା ଦରକାର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ମାମଲାର ମୁଖ୍ୟ ଆବେଦନକାରୀ ହୋଇଥିବାବେଳେ ଅନ୍ୟ ଦଳଗୁଡ଼ିକ ମଧ୍ୟ ଇଭିଏମ୍‌ ଟାମ୍ପରିଂ ନେଇ ଅଭିଯୋଗ କରିଆସିଛନ୍ତି।

ବିରୋଧୀ ଦଳର ନେତାମାନଙ୍କର ଦାବି ମଧ୍ୟରୁ ଗୋଟିଏ ଦାବି ହେଉଛି, ୫୦% ଭୋଟ୍‌ ଗଣତି ଇଭିଏମ୍‌ରୁ ଏବଂ ଅନ୍ୟ ୫୦% ଭିଭିପ୍ୟାଟ୍‌ରୁ ହେଉ। ଲୋକସଭା ଆସନରେ ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉଭୟର ଫଳାଫଳ ପୁନଃଯାଞ୍ଚ କରାଯାଉ।

ମାର୍ଚ୍ଚ ୧୦ରେ ନିର୍ବାଚନୀ ତାରିଖ ଘୋଷଣା କରିବା ଅବସରରେ ନିର୍ବାଚନ କମିଶନ କହିଥିଲେ, ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀର ଗୋଟିଏ ପୋଲିଂ ଷ୍ଟେସନ୍‌ରେ ଇଭିଏମ୍ ଏବଂ ଭିଭିପ୍ୟାଟ୍‌ର ବାଧ୍ୟତାମୂଳକ ଯାଞ୍ଚ ହେବ।

ଲୋକସଭା ଏବଂ ଓଡ଼ିଶା ସମେତ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୋଟ ୧୭.୪ ଲକ୍ଷ ଭିଭିପ୍ୟାଟ୍‌ ବ୍ୟବହାର କରାଯିବାର ଅଛି। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।



from Odisha Reporter https://ift.tt/2u9nN6k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages