ଭଡ଼ା ଘରେ ଚାଲିଥିଲା ଦେହବେପାର, ଜବତ ହେଲା ଆପତ୍ତିଜନକ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଭଡ଼ା ଘରେ ଚାଲିଥିଲା ଦେହବେପାର, ଜବତ ହେଲା ଆପତ୍ତିଜନକ ଜିନିଷ

legs-prostitute-sex,,

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହରର ଏକ ଭଡ଼ା ଘରେ ସେକ୍ସ ରାକେଟ୍‌ ଚାଲିଥିବାର ସୂଚନା ପାଇ ପୁଲିସ ଉକ୍ତ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ କିଙ୍ଗପିନ୍‌ଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଉକ୍ତ ଘରୁ ପୁଲିସ ମଧ୍ୟ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି।

ସଦର ଥାନା ପୁଲିସ ଗତ ୧୩ ତାରିଖ ବିଳମ୍ୱିତ ରାତିରେ ସାଇପ୍ରିୟା ନଗରରେ ଘରେ ଚଢ଼ଉ କରି ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହିତ ୬ ଜଣକୁ ଗିରଫ କରିଥିଲା। ସେମାନେ ହେଲେ ସେକ୍ସ ରାକେଟ୍‌ର କିଙ୍ଗପିନ୍‌ କୁହା ଯାଉଥିବା ଗଞ୍ଜାମର ଚନ୍ଦନ କୁମାର ଚୌଧୁରୀ, କଲ୍ୟାଣସିଂପୁରର ଅମିତ କୁମାର ଲାୟା, ବୀରେନ‌ ଲାୟା, ରଣପୁରର ଦୁଃଖିଶ୍ୟାମ କର, ଦେବଗଡ଼ର ଜଗନ୍ନାଥ ନାୟକ ଓ ଡ୍ରାଇଭର ଶିବରାମ ଡାକୁଆ।

ପୁଲିସ ଏମାନଙ୍କ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଛି। ପୁଲିସ ଘଟଣାସ୍ଥଳରୁ ଏକ କାର‌, ବାଇକ, ୭ଟି ମୋବାଇଲ, ନଗଦ ୩୭୪୪୦ ଟଙ୍କା ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ଏଠାରେ କେତେ ଦିନ ଧରି ଏଭଳି ସେକ୍ସ ରାକେଟ୍‌ ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ କରୁଛି।



from Odisha Reporter https://ift.tt/2UBpWmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages