ବର୍ଣ୍ଣବୈଷମ୍ୟ କଥା ଉଠାଇ ଆକ୍ରମଣ କରିଥିଲା ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ବର୍ଣ୍ଣବୈଷମ୍ୟ କଥା ଉଠାଇ ଆକ୍ରମଣ କରିଥିଲା ଆତଙ୍କବାଦୀ

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚ ଠାରେ ଆତଙ୍କବାଦୀ ଆକ୍ରମଣ ପଛରେ ଅଷ୍ଟ୍ରେଲିଆର ଜଣେ ଦକ୍ଷିଣ ପନ୍ଥୀ ଉଗ୍ରବାଦୀ ରହିଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।

ତେବେ ଆକ୍ରମଣ ସମୟରେ ଆତଙ୍କବାଦୀ ଜଣଙ୍କ ଟ୍ୱିଟରେ ବର୍ଣ୍ଣବୈଷମ୍ୟକୁ ନେଇ ଟିପ୍ପଣୀ ଦେଇଥିଲା। ସେହିପରି ସୋଶାଲ୍‌ ମିଡିଆରେ ଗୁଳିମାଡ଼ର ସିଧାପ୍ରସାରଣ ମଧ୍ୟ କରିଥିଲା। ମସଜିଦ୍‌ରେ ବ୍ୟକ୍ତି ଜଣଙ୍କ ଆକ୍ରମଣ କରୁଥିବା ବେଳର ଭିଡିଓ ଶେୟାର ନ କରିବାକୁ ପୁଲିସ୍‌ ପକ୍ଷରୁ ଲୋକଙ୍କୁ କୁହାଯାଇଛି।

ସୋଶାଲ୍‌ ମିଡିଆରେ ଆକ୍ରମଣ ବେଳର ଭିଡିଓ ଭାଇରାଲ୍‌ ହେଉଥିବା ଖବର ପୁଲିସ୍‌ ପାଖରେ ରହିଛି। ତେବେ ଏହାକୁ ଲୋକମାନେ ଶେୟାର ନ କରନ୍ତୁ ବୋଲି ପୁଲିସ୍‌ ଟ୍ୱିଟର ଯୋଗେ ନିବେଦନ କରିଛି।

ଫେସବୁକ୍‌ରେ ଲାଇଭ୍‌ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ଶ୍ୱେତବର୍ଣ୍ଣର ଲୋକଟି ପ୍ରଥମେ ଅଲନୁର ମସଜିଦ୍‌ ନିକଟରେ ପହଞ୍ଚିଥିଲା। ସେନା ଭଳି ପୋଷାକ ପିନ୍ଧିବା ସହ ମସଜିଦ୍‌ରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ଅତି ନିକଟରୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏହି ଭିଡିଓରେ ସତ୍ୟତା ଥିବା ଏଫ୍‌ପି ପକ୍ଷରୁ କୁହାଯାଇଛି।

କାରଣ, ଗୁଳିକାଣ୍ଡ ପରେ ମିଳିଥିବା ମସଜିଦ୍‌ର ଚିତ୍ର ଏବଂ ଫେସବୁକ୍‌ରେ ପ୍ରସାରଣ ହୋଇଥିବା ଭିଡିଓର ଛବି ସମାନ ରହିଛି। ଆତଙ୍କବାଦୀ ଜଣଙ୍କ ଆକ୍ରମଣ ପୂର୍ବରୁ ଟ୍ୱିଟରେ ଇସ୍‌ଲାମ ଧର୍ମ ବିରୋଧରେ ମତ ଦେବା ସହ ନ୍ୟୁଜିଲ୍ୟାଣ୍ଡକୁ ଆସିଥିବା ମୁସଲିମ୍‌ମାନଙ୍କୁ ଅନୁପ୍ରବେଶକାରୀ ବୋଲି କହିଥିଲା।

ଯେଉଁ ଟ୍ୱିଟର ଆକାଉଣ୍ଟରେ ଏହାକୁ ପୋଷ୍ଟ କରାଯାଇଥିଲା,ସେଥିରେ ଏକ ଫଟୋ ଥିଲା। ସେହି ଫଟୋ ସହ ଭିଡିଓରେ ଥିବା ଆକ୍ରମଣକାରୀର ଫଟୋ ମେଳ ଖାଉଛି। ତେଣୁ ସମାନ ବ୍ୟକ୍ତି ଉଭୟ କାଣ୍ଡ ଘଟାଇଥିବା ଏଏଫ୍‌ପି ପକ୍ଷରୁ କୁହାଯାଇଛି। ଟ୍ୱିଟ୍‌ରେ ସମ୍ପୃକ୍ତ ଆତଙ୍କବାଦୀ ୭୩ ପୃଷ୍ଟାର ତଥ୍ୟ ରଖିଛି। ଯେଉଁଥିରେ ସେ ମୁସଲିମମାନଙ୍କୁ ଆକ୍ରମଣ କରିବାକୁ ଚାହୁଁଥିବା କହିଛି।

ଆତଙ୍କବାଦୀର ବୟସ ୨୮ ବର୍ଷ ଓ ସେ ଜଣେ ଅଷ୍ଟ୍ରେଲୀୟ ନାଗରିକ ଏବଂ ସେ ଗରିବ ପରିବାରରୁ ଆସିଛି।



from Odisha Reporter https://ift.tt/2W5cHLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages