
ଇସଲାମାବାଦ୍: ପାକିସ୍ତାନ ଜାତୀୟ ଦିବସ ଉପଲକ୍ଷେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଶୁଭେଚ୍ଛା ବାର୍ତ୍ତେ ଗ୍ରହଶ କରିଛନ୍ତି। ଏନେଇ ନିଜେ ଇମ୍ରାନ୍ ଟ୍ୱିଟ୍ କରି ଜଣାଇଛନ୍ତି।
ତାଙ୍କୁ ମୋଦି ବାର୍ତ୍ତରେ ଲେଖିଛନ୍ତି, “ମୁଁ ପାକିସ୍ତାନବାସୀଙ୍କୁ ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଉପମହାଦେଶବାସୀ ଏକାଠି ହୋଇ ଗଣତାନ୍ତ୍ରିକ ଉପାୟରେ, ଶାନ୍ତିପୂର୍ଣ୍ଣ ଭାବରେ, ପ୍ରଗତିଶୀଳ, ସମୃଦ୍ଧ ଏବଂ ଆତଙ୍କ ଓ ହିଂସା ମୁକ୍ତ ଅଞ୍ଚଳ ଗଠନ ଦିଗରେ କାମ କରିବା ପାଇଁ ଏହା ଉଚିତ ସମୟ।”
ପାକିସ୍ତାନ ୨୩ ମାର୍ଚ୍ଚକୁ ପାକିସ୍ତାନ ଜାତୀୟ ଦିବସ ରୂପେ ପାଳନ କରୁଥିବାବେଳେ ଏହା ପୂର୍ବରୁ ଆଜି ପାକିସ୍ତାନ ହାଇକମିଶନ୍ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିରେ ବିଚ୍ଛିନ୍ନତାବାଦୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଭାରତ ଏହାକୁ ବୟକଟ୍ କରିଛି। ଏହି କାର୍ଯ୍ୟକ୍ରମରେ ଶେଷଖବର ସୁଦ୍ଧା କେହି ବିଚ୍ଛିନ୍ନତାବାଦୀ ଯୋଗ ଦେଇନାହାନ୍ତି। ଜଣେ ଏଭଳି ନେତାଙ୍କୁ କାର୍ଯ୍ୟକ୍ରମସ୍ଥଳ ବାହାରୁ ହିଁ ଦିଲ୍ଲୀ ପୁଲିସ୍ ଅଟକ ରଖିଛି।
from Odisha Reporter https://ift.tt/2ulauQh
No comments:
Post a Comment