
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତଥର ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଥିବା ବିଜେଡି ସାଂସଦ ତଥାଗତ ସତପଥୀ ନିଜ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଦଳ ଅପେକ୍ଷା ପ୍ରାର୍ଥୀ ଦେଖି ଭୋଟ୍ ଦେବାକୁ ମଧ୍ୟ ଶ୍ରୀ ସତପଥୀ ପରାମର୍ଶ ଦେଇଛନ୍ତି।
କଟକରେ ଦୋଳ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ସତପଥୀ କହିଛନ୍ତି ଯେ, ଏବେ ପରିବର୍ତ୍ତନର ସମୟ ଆସିଛି। ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ଲୋକମାନେ ଭାବିଚିନ୍ତି ଭୋଟ୍ ଦେବା ଉଚିତ୍। ଭଲ ଲୋକ ଦେଖି ଭୋଟ୍ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସେ ବିଜେଡିରେ ଥାଇ ମଧ୍ୟ ଦଳ ସପକ୍ଷରେ ପ୍ରଚାର କରିବେ ନାହିଁ ବୋଲି ଦେଇଥିବା ଟିପ୍ପଣୀ ରାଜନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି।
ସୂଚନାଯୋଗ୍ୟ, ଶ୍ରୀ ସତପଥୀ ଗତ କିଛିଦିନ ପୂର୍ବରୁ ନିଜଆଡ଼ୁ ଆଉ ନିର୍ବାଚନ ନଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ଯେଉଁମାନେ ଅଧିକ ସମୟ ଧରି ନିର୍ବାଚନ ଲଢ଼ୁଛନ୍ତି ସେମାନଙ୍କୁ ନିଜ ଆଡ଼ୁ ଓହରିଯିବା ପାଇଁ ସେ ପରାମର୍ଶ ଦେଇଥିଲେ।a
from Odisha Reporter https://ift.tt/2JycvD6
No comments:
Post a Comment