ବିଜେପି ଛାଡ଼ିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ବିଜେପି ଛାଡ଼ିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ରାତିରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଶ୍ରୀ ମାଝୀ ଏବେ ଖଡ଼ିଆଳ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୨୦୧୪ ମସିହାରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ୫ଥରର ବିଧାୟକ ଶ୍ରୀ ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କ ପତ୍ନୀ ରୀତାରାଣୀଙ୍କୁ ବିଜେପି ଚଳିତଥର ପ୍ରାର୍ଥୀ କରିଛି। ଶ୍ରୀ ମାଝୀ ଏହାକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ମାଝୀ ଏଥର ନିଜ ପୁଅଙ୍କୁ ବିଜେପିରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ।



from Odisha Reporter https://ift.tt/2HOybII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages