ସମ୍ପାଦକଙ୍କୁ ହତ୍ୟା ମାମଲାରେ ମହିଳା ଇଣ୍ଟର୍ଣ୍ଣ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ସମ୍ପାଦକଙ୍କୁ ହତ୍ୟା ମାମଲାରେ ମହିଳା ଇଣ୍ଟର୍ଣ୍ଣ ଗିରଫ

ଥାନେ: ଗୋଟିଏ ନ୍ୟୁଜ୍‌ ପୋର୍ଟାଲ ଓ ମ୍ୟାଗାଜିନ୍‌ର ସମ୍ପାଦକଙ୍କୁ ହତ୍ୟା ମାମଲାରେ ମୁମ୍ବାଇର ଥାନେ ପୁଲିସ୍‌ ଜଣେ ମହିଳା ଇଣ୍ଟର୍ଣ୍ଣ ଏବଂ ପ୍ରିଣ୍ଟରଙ୍କୁ ଗିରଫ କରିଛି।

ସମ୍ପାଦକ ନିତ୍ୟାନନ୍ଦ ପାଣ୍ଡେ(୪୪) ମାର୍ଚ୍ଚ ୧୫ରୁ ନିଖୋଜ ରହିଥିଲେ। ଶନିବାର ଭିୱଣ୍ଡି ସ୍ଥିତ ବ୍ରିଜ୍‌ ତଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳା ଜଣଙ୍କ ଦୁଇ ବର୍ଷ ହେଲା ଶ୍ରୀ ପାଣ୍ଡେଙ୍କ ନ୍ୟୁଜ୍‌ ପୋର୍ଟାଲରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଏହି ସମୟରେ ପାଣ୍ଡେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏହାର ବଦଲା ନେବାକୁ ମହିଳା ପାଣ୍ଡେଙ୍କ ମ୍ୟାଗାଜିନ୍‌ରେ ପ୍ରିଣ୍ଟର ଭାବେ କାର୍ଯ୍ୟ କରୁଥିବା ସତୀଶ ମିଶ୍ରଙ୍କ ସହ ମିଶି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ମହିଳା ଓ ସତୀଶଙ୍କ ଫୋନ୍‌ ରେକର୍ଡ ଆଧାରରେ ପୁଲିସ୍‌ ଉଭୟଙ୍କୁ ଗିରଫ କରିଛି।

ଭିୱାଣ୍ଡି ପୁଲିସ୍‌ ଷ୍ଟେସନର ଇନ୍ସପେକ୍ଟର ସଞ୍ଜୟ ହଜାରେ କହିଛନ୍ତି, “ ପାଣ୍ଡେ ଦୀର୍ଘ ୨ ବର୍ଷ ହେବ ମହିଳା ଜଣଙ୍କୁ ଅଫିସରେ ଯୌନ ନିର୍ଯାତନା ଦେଉଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରୁଥିଲେ ହେଁ ଏହାକୁ ସେ ଖାତିର କରୁ ନଥିଲେ। ଏହି ନିର୍ଯାତନାକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ମହିଳା ଜଣଙ୍କ ସତୀଶଙ୍କ ସହ ମିଶି ପାଣ୍ଡେଙ୍କୁ ହତ୍ୟା କରିବା ପାଇଁ ସମସ୍ତ ଯୋଜନା କରିଥିଲେ।

ଶୁକ୍ରବାର ଦିନ ସତୀଶ ଓ ମହିଳାଜଣଙ୍କ କାର୍‌ ଯୋଗେ ପାଣ୍ଡେଙ୍କୁ ଉଟ୍ଟାନ ଯିବାକୁ ରାଜି କରାଇଥିଲେ। ଅଧାବାଟରେ ସତୀଶ ଶ୍ରୀ ପାଣ୍ଡେଙ୍କୁ କିଛି ପିଇବାକୁ ଦେବାରୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସେ ଅଚେତ୍‌ ହେବା ପରେ ସତୀଶ ଓ ମହିଳା ଜଣଙ୍କ ତାଙ୍କ ବେକରେ ଦଉଡ଼ି ଲଗାଇ ହତ୍ୟା କରିଥିଲେ। ପାଣ୍ଡେଙ୍କ ଜୀବନ ଚାଲିଯିବାରୁ ଉଭୟ ତାଙ୍କୁ ଭିୱଣ୍ଡିରେ ଫୋପାଡ଼ି ଫେରାର ହୋଇଯାଇଥିଲେ।”



from Odisha Reporter https://ift.tt/2TVXS05

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages