୨୦ ସର୍ବାଧିକ ରୋଜଗାରିଆ ସାଂସଦଙ୍କ ତାଲିକାର ୪ରେ ରବୀନ୍ଦ୍ର, ୫ରେ ପିନାକୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

୨୦ ସର୍ବାଧିକ ରୋଜଗାରିଆ ସାଂସଦଙ୍କ ତାଲିକାର ୪ରେ ରବୀନ୍ଦ୍ର, ୫ରେ ପିନାକୀ

ନୂଆଦିଲ୍ଲୀ: ସାରାଦେଶରେ ସାଂସଦଙ୍କ ବ୍ୟକ୍ତିଗତ ହାରାହାରି ବାର୍ଷିକ ରୋଜଗାରକୁ ନେଇ ରିପୋର୍ଟ ପ୍ରକାଶ କରିଛି ଏଡ଼ିଆର ଓ ନ୍ୟାଶନାଲ ଇଲେକ୍ସନ ୱାଚ। ଶ୍ରେଷ୍ଠ ୨୦ ରୋଜଗାରିଆ ସାଂସଦଙ୍କ ମଧ୍ୟରେ ରହିଛନ୍ତି ବିଜେଡିର ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ଓ ପୁରୀ ସାଂସଦ ପିନାକୀ ମିଶ୍ର।

ଏହି ୨୦ ସାଂସଦଙ୍କ ମଧ୍ୟରେ ୮ ଜଣ ବିଜେପି, ୨ ଜଣ ବିଜେଡି, ଟିଏମସି ଓ ଏନସିପି ରହିଥିବାବେଳେ ଟିଡିପି, ଶିରୋମଣି ଅକାଳୀ ଦଳ, ସମାଜବାଦୀ ପାର୍ଟି, ୱାଇଏସଆର କଂଗ୍ରେସ, ଏଆଇୟୁଡ଼ିଏଫରୁ ୨ ଜଣ ସାଂସଦ ରହିଛନ୍ତି।

ପ୍ରଥମରେ ଆନ୍ଧ୍ରପ୍ରଦେଶର ଟିଡିପି ସାଂସଦ ଜୟଦେବ ଗଲ୍ଲାଙ୍କର ବାର୍ଷିକ ରୋଜଗାର ୧୬ କୋଟି ୨୦ ଲକ୍ଷ ୯୧ ହଜାର ୭୭୦ ଥିବାବେଳେ ଦ୍ୱିତୀୟରେ ୮ କୋଟି ୨୨ ଲକ୍ଷ ୩ ହଜାର ୨୭୧ ଟଙ୍କା ସହ ଅଛନ୍ତି ବିଜେପି ସାଂସଦ ତଥା ବଲିଉଡ଼ ଅଭିନେତା ପରେଶ ରାୱଲ। ଏହାପରେ ତୃତୀୟରେ ବିଜେପି ସାଂସଦ କନୱର ସିଂହ ତନୱର ୮ କୋଟି ୧୨ ଲକ୍ଷ ୪୫ ହଜାର ୩୬୦ ଟଙ୍କା ଥିବାବେଳେ ଚତୁର୍ଥରେ ବାଲେଶ୍ବରର ବିଜେଡି ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ୪ କୋଟି ୮୯ ଲକ୍ଷ ୯୦ ହଜାର ୩୦ ଟଙ୍କା, ପଞ୍ଚମରେ ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର ୩ କୋଟି ୮୧ ଲକ୍ଷ ୧୭ ହଜରା ୬୭୦ ଟଙ୍କା ବାର୍ଷିକ ରୋଜଗାର କରୁଥିବା କଥା ଏଡିଆର ଓ ନ୍ୟାଶନାଲ ଇଲେକ୍ସନ ୱାଚ୍ ରିପୋର୍ଟରୁ ଜଣାପଡ଼ିଛି। ତେବେ ପ୍ରକାଶ ପାଇଥିବା ତାଲିକାର ସବୁଠୁ ତଳେ ଏନସିପିର ଦୁଇ ସାଂସଦ ଯଥାକ୍ରମେ ୧ କୋଟି ୪୦ ଲକ୍ଷ ଓ ୧ କୋଟି ୩୩ ଲକ୍ଷ ଟଙ୍କା ସହ ୧୯ ଓ ୨୦ ନମ୍ବର ସ୍ଥାନରେ ରହିଛନ୍ତି। ତେବେ ଗୋଆର ସାଂସଦଙ୍କ ହାରାହାରି ବ୍ୟକ୍ତିଗତ ରୋଜଗାର ୫.୨ ଲକ୍ଷ ରହିଛି ଯାହାକି ସବୁଠୁ କମ ବୋଲି ଏଡିଆର ପ୍ରକାଶ କରିଛି।

ବର୍ତ୍ତମାନର ୫୨୧ ସାଂସଦଙ୍କ ମଧ୍ୟରୁ ୪୭୯ ଜଣ ୨୦୧୪ ସାଧାରଣ ନିର୍ବାଚନ ବେଳେ ଦର୍ଶାଇଥିବା ସତ୍ୟପାଠରୁ ଏହି ସୂଚନା ଏଡ଼ିଆର ପାଇଥିବା ଜଣାପଡ଼ିଛି।

ଗତବର୍ଷ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ ଯେଉଁ ନେତାମାନେ ନିର୍ବାଚନ ଲଢ଼ୁଛନ୍ତି ସେମାନଙ୍କର ପତି କିମ୍ବା ପତ୍ନୀ ଓ ପରିବାର ସଦସ୍ୟଙ୍କର ରୋଜଗାରର ମାଧ୍ୟମ ଦର୍ଶାଇବା ଦରକାର। ଏହାପରେ ଏକ କମିଟି ଗଠନ କରି ନିର୍ବାଚିତ ସାଂସଦଙ୍କ ରୋଜଗାର ଓ ସମ୍ପତ୍ତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୨୦୧୪ ନିର୍ବାଚନବେଳେ ୪୨ ସାଂସଦ ତାଙ୍କର ରୋଜଗାରର ମାଧ୍ୟମ ବାବଦରେ କୌଣସି ତଥ୍ୟ ଦେଇ ନଥିଲେ।



from Odisha Reporter https://ift.tt/2ux8Z1s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages