ନବୀନ ସରକାର ଉପରେ ଅସନ୍ତୁଷ୍ଟ ସୋଶାଲ୍‌ ମିଡିଆ ବ୍ୟବହାରକାରୀ, କହିଲେ ଏଥର ଗାଦିଚ୍ୟୁତ ହେବ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ନବୀନ ସରକାର ଉପରେ ଅସନ୍ତୁଷ୍ଟ ସୋଶାଲ୍‌ ମିଡିଆ ବ୍ୟବହାରକାରୀ, କହିଲେ ଏଥର ଗାଦିଚ୍ୟୁତ ହେବ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଦୀର୍ଘ ୨୦ ବର୍ଷ ଅର୍ଥାତ ୪ ପାଳି ହେଲା ଲଗାତର ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ବାଜି ଜିତି ନିଜର ପତିଆରା ବଢ଼ାଇଛି। ଏହି ଲମ୍ବା ସମୟ ଭିତରେ ବିଜେଡ଼ି ସରକାର ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ପରି ମନେହେଉଥିଲେ ବି କଥାଟି କିନ୍ତୁ ପୂରା ସତ ନୁହେଁ। ନିଜ ନାମକୁ ବିଜ୍ଞପିତ କରି ଲୋକଙ୍କୁ କିମିଆ କରିବାର କୌଣସି ସୁଯୋଗ ଏହି ସରକାର ହାତଛଡ଼ା କରିନାହିଁ। ଏହାପରେ ବି, ଆସନ୍ତା ନିର୍ବାଚନରେ ବିଜେଡିର ସ୍ଥିତି ଭଲ ରହିବ ନାହିଁ। ଏହାର ଭୋଟ୍‌ ପ୍ରତିଶତ କମିବ ବୋଲି ସୋଶାଲ୍ ମିଡିଆ ବ୍ୟବହାରକାରୀମାନେ ମତ ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି, ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଦେବା ପ୍ରକ୍ରିୟା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ଓଡ଼ିଶା ଲୋକଙ୍କ ଭିତରେ ଧାରଣା ଯେ, ଏଥର ରାଜ୍ୟରେ ପୁଣି ବିଜେଡିର ବିପୁଳ ବିଜୟ ହେବ। କିନ୍ତୁ ସୋଶାଲ୍ ଗଣମାଧ୍ୟମ ବ୍ୟବହାର କରୁଥିବା ଲୋକେ ଏଥିରେ ଏକମତ ନୁହନ୍ତି। ଏଥର ଶାସକ ଦଳର ଭୋଟ୍‌ ପ୍ରତିଶତ ଭୟଙ୍କର ଭାବେ କମିବ ବୋଲି ଲୋକେ କହିଛନ୍ତି।

ଓଡ଼ିଶାର ଏକ ନମ୍ବର ନ୍ୟୁଜ ୱେବସାଇଟ୍ ‘ଓଡ଼ିଶା ରିପୋର୍ଟର’ ଏହାର ସୁଧୀ ପାଠକ ତଥା ଫେସବୁକ୍ ଅନୁସରଣକାରୀଙ୍କୁ ପଚାରିଥିଲା ଏ ସଂପର୍କରେ ଗୋଟିଏ ପ୍ରଶ୍ନ। ତାହା ହେଲା- ଏଥର ସାଧାରଣ ନିର୍ବାଚନରେ ଶାସକ ବିଜେଡିର ଭୋଟ୍ ପ୍ରତିଶତ କମିବ କି? ‘ଓଡିଶା ରିପୋର୍ଟର’ ଫେସ୍‌ବୁକ୍ ପେଜ୍‌ରେ ଏହା ଫଲୋଅର୍‌ମାନେ ବିପୁଳ ସଂଖ୍ୟାରେ ଏହି ପ୍ରଶ୍ନର ଉତ୍ତର ଦେବା ସହିତ, ଏ ସଂପର୍କରେ ସେମାନେ ମହତ୍ୱପୂର୍ଣ୍ଣ ଲମ୍ବା ଲମ୍ବା ମତ ପ୍ରଦାନ କରିଥିଲେ।

ଆଜି (ଶନିବାର ଅପରାହ୍ଣ ୫ଟା ସୁଦ୍ଧା) ଓଡ଼ିଶା ରିପୋର୍ଟର ଫେସ୍‌ବୁକ୍‌ ପେଜ୍‌ର ମୋଟ ୧୯୨୦ ଜଣ ଫଲୋଅର ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ସେମାନଙ୍କ ମଧ୍ୟରୁ ଏହି ପୋଷ୍ଟରେ ୯୬୬ ଜଣ ସେମାନଙ୍କ ମୂଲ୍ୟବାନ କମେଣ୍ଟ ପ୍ରଦାନ କରିଛନ୍ତି। ସେହିପରି ୮୨୮ ଜଣ ଏହି ସର୍ଭେକୁ ପସନ୍ଦ (ଲାଇକ୍) କରିଛନ୍ତି ଓ ୨୬ ଜଣ ଏହାକୁ ନିଜ ଟାଇମ ଲାଇନରେ ଶେୟାର କରିଛନ୍ତି।

ଲୋକମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି, ବିଜେଡ଼ି ସରକାରର ଶାସନରେ ସେମାନେ ଅତିଷ୍ଠ ହୋଇ ସାରିଲେଣି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ପରିବେଶ ପରିମଳଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ଶିଶୁ ସୁରକ୍ଷା ଆଦି ସବୁ ପ୍ରସଙ୍ଗରେ ଏ ସରକାର ବିଫଳ ହୋଇଛି। କେବଳ ନିଜ ଦଳକୁ ସମୃଦ୍ଧ କରି ଲୋକଙ୍କୁ ନିଷ୍ପେସିତ ଓ ଅବହେଳିତ କରି ସେମାନଙ୍କୁ ଦୁଃଖ ଭିତରକୁ ଠେଲିଦେଇଛି ବୋଲି ଜନମତରୁ ସ୍ପଷ୍ଟ ବାରି ହେଉଛି।

ଶତାଧିକ ଲୋକେ ସିଧାସଳଖ କହିଛନ୍ତି, କେବଳ ବିଜେଡ଼ିର ଭୋଟ୍ ହାର ହ୍ରାସ ପାଇବନାହିଁ ବରଂ ବିଜେଡ଼ି ସରକାରକୁ ଲୋକେ ସମ୍ପୂର୍ଣ୍ଣ ଆସନରୁ ହଟାଇଦେବେ। ଶତାଧିକ ଫେସ୍‌ବୁକ୍‌ ଫଲୋଅର କହିଛନ୍ତି, ୨୦ ବର୍ଷ ଧରି ବହୁତ ହୋଇଗଲା। ଏଥର ପରିବର୍ତ୍ତନ ଦରକାର।

ଚନ୍ଦନ ପଣ୍ଡା ନାମକ ଜଣେ ଓଡ଼ିଶା ରିପୋର୍ଟରର ଫେସ୍‌ବୁକ୍‌ ଫଲୋଅର କମେଣ୍ଟ୍‌ କରିଛନ୍ତି ଯେ- ‘ ବିଜେଡ଼ିର ଭୋଟ୍ ପରିମାଣ ନିଶ୍ଚିତ କମିବ, ୨୦ ବର୍ଷର ଆଧିପତ୍ୟରେ ନବୀନ ସରକାର ଅହଂକାରୀ ହୋଇଯାଇଛି। ପରିବର୍ତ୍ତନ ହେଲେ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ଆଶା କରାଯାଇ ପାରେ।’

ସେହିପରି ସମୀର ସାହୁ ନାମକ ଆଉଜଣେ ମତଦାତା କହିଛନ୍ତି- ଭୋଟ୍‌ ହାର ନିଶ୍ଚିତ ଭାବରେ କମିବ। ୨୦ ବର୍ଷ ହେଲା ଶାସନ ଗାଦିରେ ରହି ବିଜେଡ଼ି ମନମୁଖୀ ଶାସନ କରୁଛି। ଇତିମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏ ସରକାର କିଛି କରିନାହିଁ। ଏଥର ପରିବର୍ତ୍ତନ ଦରକାର।

ବିପ୍ଳବ ଶତପଥୀ କହିଛନ୍ତି- କିଛି ମାତ୍ରାରେ ନୁହେଁ ବରଂ ବହୁ ମାତ୍ରାରେ ଜନସାଧାରଣ ବିଜେଡ଼ିକୁ ପ୍ରତ୍ୟାଖାନ କରିବେ। ପଞ୍ଚାୟତ ନିର୍ବାଚନରେ ଯେଭଳି ପରିଣତି ହୋଇଥିଲା ଏହି ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ହେବ।

ବିନାୟକ ଦଳାଇ କହିଛନ୍ତି- ବିଜେଡି ଚାରି ପାଞ୍ଜିରୁ ଯିବ ଏଥର। ସୌମ୍ୟକାନ୍ତ ବେହୁରା କହିଛନ୍ତି, ଏ ବିଜେଡି ସରକାର ଦୁଷ୍କର୍ମ କରୁଛି। ବିଜେଡିର ଦୁଷ୍କର୍ମକାରୀ ନେତାମାନଙ୍କୁ ଜେଲ୍‌ରେ ଭରିବା ଦରକାର ।

ସୋଶାଲ୍‌ ମିଡିଆରେ କରାଯାଇଥିବା ଏହି ପ୍ରଶ୍ନୋତ୍ତରୀ ପ୍ରକ୍ରିୟାରୁ ଜଣାପଡୁଛି, ଲୋକେ ଅଧିକ ନବୀନ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି। ତେବେ ନିର୍ବାଚନ ପରେ ହିଁ ଜଣାପଡ଼ିବ ଲୋକଙ୍କର ଏହି ଅସନ୍ତୋଷ କେତେଟା ପ୍ରତିଫଳିତ ହେଉଛି।



from Odisha Reporter https://ift.tt/2I1zwfl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages