ଡାଉନ୍‌ଲୋଡ୍‌ରେ ଜିଓ ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଡାଉନ୍‌ଲୋଡ୍‌ରେ ଜିଓ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଟା ଡାଉନ୍‌ଲୋଡ୍ କ୍ଷେତ୍ରରେ ଯଦି ବର୍ତ୍ତମାନ ସବୁଠାରୁ ଦୃତ ବେଗରେ କୌଣସି ଟେଲିକମ୍‌ କମ୍ପାନୀ ସେବା ପ୍ରଦାନ କରୁଛି ତେବେ ତାହା ହେଉଛି ରିଲାଏନ୍ସ ଜିଓ। ସେହିପରି ଅପ୍‌ଲୋଡ୍ କ୍ଷେତ୍ରରେ ଭୋଡ଼ାଫୋନ୍‌ ଶୀର୍ଷ ସ୍ଥାନରେ ରହିଛି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ପକ୍ଷରୁ ଏହା ପ୍ରକାଶ କରାଯାଇଛି।

ଚଳିତ ବର୍ଷ ଫେବ୍ରୁୟାରୀରେ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ଜିଓର ହାରାହାରି ଡାଟା ଡାଉନ୍‌ଲୋଡ୍ ସ୍ପିଡ୍ ବା ବେଗ ୨୦.୯ ଏମ୍‌ବିପିଏସ୍‌ ରହିଛି। ଯାହାକି ଜାନୁୟାରୀରେ ୧୮.୮ ଏମ୍‌ବିପିଏସ୍‌ ଥିଲା।ସେହିପରି ଏହି ସମୟରେ ଭାରତୀ ଏୟାରଟେଲ୍‌ର ଡାଉନ୍‌ଲୋର୍ଡ ସ୍ପିଡ୍ ୯.୪ ଏମ୍‌ବିପିଏସ୍‌ରେ ସୀମିତ ରହିଛି।
ସୂଚନା ଅନୁସାରେ ୪ଜି ଡାଟା ଅପ୍‌ଲୋଡ୍ କ୍ଷେତ୍ରରେ ଆଇଡିଆ ସେଲ୍ୟୁଲାର ଏହାର ଏକ ନମ୍ବର ସ୍ଥାନ ହରାଇଥିବା ବେଳେ ଏହାକୁ ଭୋଡ଼ାଫୋନ୍‌ ଅକ୍ତିଆର୍‌ କରିନେଇଛି। ଯଦିଓ ଭୋଡ଼ାଫୋନ୍‌ ଏବଂ ଆଇଡିଆ ବର୍ତ୍ତମାନ ଏକତ୍ର ହୋଇ ଗୋଟିଏ କମ୍ପାନୀ ହୋଇସାରିଛନ୍ତି, ତେବେ ମଧ୍ୟ ଟ୍ରାଇ ଉଭୟଙ୍କର ତଥ୍ୟକୁ ପୃଥକ୍‌ ପୃଥକ୍‌ ପ୍ରଦର୍ଶନ କରିଛି।



from Odisha Reporter https://ift.tt/2W7ZRfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages