ନ୍ୟୁଜିଲ୍ୟାଣ୍ଡ ନରସଂହାର: ୯ ପ୍ରବାସୀ ଭାରତୀୟ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ନ୍ୟୁଜିଲ୍ୟାଣ୍ଡ ନରସଂହାର: ୯ ପ୍ରବାସୀ ଭାରତୀୟ ନିଖୋଜ

ୱେଲିଙ୍ଗଟନ୍‌:ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ ନରସଂହାର ଘଟଣାରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି ଖବର ପାଇଛନ୍ତି କିନ୍ତୁ ସରକାରୀ ସୂତ୍ରରୁ ଏବେଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୂଚନା ଦେଇ କହିଛନ୍ତି, ମସଜିଦ ମଧ୍ୟରେ ଅହମ୍ମଦ ଜାହାଙ୍ଗୀର ନାମକ ଜଣେ ହାଇଦ୍ରାବାଦର ଯୁବକ ଥିଲେ।

ଓୱେସି ୨ଟି ଟ୍ୱିଟ୍‌ରେ ଲେଖିଛନ୍ତି, ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ହାଇଦ୍ରାବାଦର ଅହମ୍ମଦ ଜାହାଙ୍ଗୀର ସେଠାରେ ଥିଲେ। ସେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟ୍ୟାଗ୍‌ କରି ଜାହାଙ୍ଗୀରଙ୍କୁ ଠାବ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ନ୍ୟୁଜିଲ୍ୟାଣ୍ଡ ଯିବା ପାଇଁ ତୁରନ୍ତ ଭିସା ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ଫରହାଜ୍‌ ଏହସାନ୍‌ ନାମକ ଜଣେ ଯୁବକ ମଧ୍ୟ ସେଠାରେ ଥିବା କଥା ଓୱେସି ସୂଚନା ଦେବା ସହ ସେ ନିଖୋଜ ଥିବା ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଫରହାଜ୍‌ଙ୍କର ଏକ ଫଟୋ ମଧ୍ୟ ଅପ୍‌ଲୋଡ୍‌ କରି ତାଙ୍କ ପରିବାରର ଠିକଣା ଓ ଫୋନ୍‌ ନମ୍ବର ମଧ୍ୟ ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ହେଲ୍ପଲାଇନ୍‌ ଜାରି କରାଯିବା ସହିତ ଏହି ଘଟଣାରେ ସମବେଦନା ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚଠାରେ ଜଣେ ଦକ୍ଷିଣପନ୍ଥୀ ଆକ୍ରମଣକାରୀ ଘଟାଇଥିବା ଏହି ଗୁଳିକାଣ୍ଡରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି।



from Odisha Reporter https://ift.tt/2Fdzv5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages