ନ୍ୟୁଜିଲ୍ୟାଣ୍ଡ ନରସଂହାର: କେମିତି ଟରାଣ୍ଟ ହେଲା ମୃତ୍ୟୁର ସୌଦାଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ନ୍ୟୁଜିଲ୍ୟାଣ୍ଡ ନରସଂହାର: କେମିତି ଟରାଣ୍ଟ ହେଲା ମୃତ୍ୟୁର ସୌଦାଗର

କ୍ରାଏଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚର ଦୁଇଟି ମସଜିଦ୍‌ରେ ହୋଇଥିବା ଆତଙ୍କୀ ହମ୍‌ଲାରେ ୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ନରସଂହାରକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାର ମୁଖ୍ୟ ଖଳନାୟକ ହେଉଛି ୨୮ ବର୍ଷୀୟ ବ୍ରେଟନ୍‌ ଟରାଣ୍ଟ। ଏହି ଭୟଙ୍କର ଆତଙ୍କବାଦୀ ପୂରା ବିଶ୍ୱକୁ ନିଜ ନାରକୀୟକାଣ୍ଡର ପ୍ରଚାର ପ୍ରସାର ପାଇଁ ଫେସବୁକ୍‌ରେ ୧୭ ମିନିଟ୍‌ର ଲାଇଭ୍‌ ଭିଡିଓ ଛାଡ଼ିଥିଲା। କ୍ରାଏଷ୍ଟଚର୍ଚ୍ଚର ମସଜିଦ୍‌ରେ ପହଞ୍ଚି ଟରାଣ୍ଟ ଆଖିବୁଜା ଗୁଳିମାଡ଼ କରିଥିଲା। ପୁରୁଷ, ମହିଳା ଏପରିକି ଶିଶୁ, ଯିଏ ବି ତା ସାମ୍ନାକୁ ଆସିଲା, ତା’ ଉପରେ ଗୁଳିବର୍ଷା କରିଥିଲା। ଯିଏ ବି ଏହି ଘଟଣାକୁ ଦେଖିଲା, ତା’ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠିଲା: ଜଣେ ଲୋକ କେମିତି ଏତେ ନିର୍ଦ୍ଦୟ ହୋଇପାରେ?

ଏବେ ସେହି ରକ୍ତ ପିପାସୁ ରାକ୍ଷସ ଟରାଣ୍ଟ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି।

ଟରାଣ୍ଟ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ରହୁଥିଲା। ଶୁକ୍ରବାର ସେ ଆତଙ୍କୀ ହମ୍‌ଲା କରିବା ପୂର୍ବରୁ ୭୩ ପୃଷ୍ଠାର ଏକ ଘୋଷଣାନାମା ଟ୍ୱିଟରରେ ଛାଡ଼ିଥିଲା। ଏହାର ଶୀର୍ଷକ ଥିଲା ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ। ଏହି ୭୩ ପୃଷ୍ଠା ସମ୍ବଳିତ ଘୋଷଣାନାମାରେ ଟରାଣ୍ଟ ନିଜକୁ ଜଣେ ସାଧାରଣ ନାଗରିକ ବୋଲି ଦର୍ଶାଇଛି। ତେବେ ରିପୋର୍ଟ ମୁତାବକ ଟରାଣ୍ଟ ଏହି ଆକ୍ରମଣ ପୂର୍ବରୁ ଉତ୍ତର କୋରିଆ ଓ ପାକିସ୍ତାନ ଗସ୍ତ କରିଥିଲା। ଏହି ଗସ୍ତ ସମୟରେ ତା’ର ମାନସିକ ସ୍ଥିତି ଏମିତି ବଦଳିଯାଇଥିଲା ଯେ ସେ ସାଧାରଣ ମଣିଷରୁ ମୃତ୍ୟୁର ସୌଦାଗର ପାଲଟି ଯାଇଥିଲା।

ଟରାଣ୍ଟ ଏହି ଘୋଷଣାପତ୍ରରେ ଆହୁରି ଲେଖିଛି ଯେ ସେ ଏକ ସ୍ୱଳ୍ପ ଆୟ ଥିବା ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲା। ସ୍କୁଲ ଶିକ୍ଷା ପରେ ବିଶ୍ୱବିଦ୍ୟାଳୟ ଯିବାକୁ ତା’ର କୌଣସି ଇଚ୍ଛା ନଥିଲା। ତା’ ବାପା ୮ ବର୍ଷ ତଳେ କ୍ୟାନ୍‌ସରରେ ପ୍ରାଣ ହରାଇଥିଲେ। ସେ ଅଷ୍ଟ୍ରେଲିଆ ଛାଡ଼ି ପୂରା ବିଶ୍ୱ ବୁଲିବାକୁ ଚାହୁଁଥିଲା। ତେବେ ଏଥିପାଇଁ ଟଙ୍କା ଦରକାର ଥିଲା। ଏଥିପାଇଁ ସେ ବିଟ୍‌କଏନ୍‌ ଟ୍ରେଣ୍ଡିଂର ଆଶ୍ରୟ ନେଇଥିଲା। ଏହି ବ୍ୟବସାୟରେ କିଛି ଟଙ୍କା ମିଳିବା ପରେ ସେ ୨୦୧୧ରୁ ବିଶ୍ୱ ଭ୍ରମଣ ଆରମ୍ଭ କରିଥିଲା। ଟରାଣ୍ଟ ପାକିସ୍ତାନ, ଉତ୍ତର କୋରିଆ ଓ ୟୁରୋପର ଏକାଧିକ ଦେଶ ବୁଲିଛି। ଏହି ଭ୍ରମଣ ବେଳେ ତା’ ସହ ଏମିତି କିଛି ଘଟଣା ଘଟିଥିଲା, ଯାହା ଫଳରେ ତା’ ମନରେ ମୌଳବାଦୀ ଚିନ୍ତାଧାରା ଜମାଟ ବାନ୍ଧିଲା। ଏହି ସମୟରେ ତା’ର ଜଣେ ମହିଳା ଟ୍ରେନର୍ ତା ସାଥିରେ ରହିଥିଲା। ସମ୍ଭବତଃ ସେଇ ମହିଳା ଜଣଙ୍କ ହିଁ ତା’କୁ ଇସ୍‌ଲାମ ଧର୍ମ ଓ ମୁସଲିମମାନଙ୍କ ବିରୋଧରେ ଉସକାଇଥିବା ପୁଲିସ୍‌ ସନ୍ଦେହ କରୁଛି।

ଏବେ ବି ଟରାଣ୍ଟର ମା’ ଓ ଭଉଣୀ ଅଷ୍ଟ୍ରେଲିଆରେ ରହୁଛନ୍ତି। ତା’ ବାପା ଜଣେ କ୍ରୀଡ଼ାବିତ ଥିଲେ। ତାଙ୍କ ଠାରୁ ପ୍ରେରଣା ପାଇଁ ଟରାଣ୍ଟ ସର୍ବଦା ଫିଟ୍‌ ରହିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଜିମ୍‌ରେ ଫିଟ ରହିବା ପାଇଁ ନିୟମିତ ପରିଶ୍ରମ କରୁଥିବା ଟରାଣ୍ଟ କେବେ ହେଲେ କୌଣସି ଧର୍ମ ବିରୋଧରେ କିମ୍ବା ତା’ ମନରେ ଥିବା ମୌଳବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ କିଛି କହୁ ନଥିଲା। କିନ୍ତୁ ପାକିସ୍ତାନ ଓ ଉତ୍ତର କୋରିଆ ବୁଲିବା ପରେ ହଠାତ୍‌ ଟରାଣ୍ଟର ମାନସିକତାରେ ପରିବର୍ତ୍ତନ ଆସିଥିଲା ଏବଂ ସେ କଟ୍ଟର ଇସ୍‌ଲାମ ବିରୋଧୀ ହୋଇଯାଇଥିଲା।



from Odisha Reporter https://ift.tt/2TKtyFS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages