ଜୟପୁରରେ ପଞ୍ଜାବର ପ୍ରଥମ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଜୟପୁରରେ ପଞ୍ଜାବର ପ୍ରଥମ ବିଜୟ

ଜୟପୁର: ସୱାଇ ମାନସିଂହ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲର ଚତୁର୍ଥ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଜୟପୁରରେ ପଞ୍ଜାବର ଏହା ପ୍ରଥମ ବିଜୟ। ଉକ୍ତ ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା। ଦଳ ପକ୍ଷରୁ କ୍ରିସ ଗେଲ୍ ସର୍ବାଧିକ ୭୯ (୪୭ ବଲ, ୮ ଚୌକା, ୪ ଛକା) ଓ ସର୍ଫରାଜ ଖାନ ୪୯ (୨୯ ବଲ, ୬ ଚୌକା, ୧ ଛକା) ରନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୨୨, ନିକୋଲାସ ପୂରାନ ୧୨ ଓ ଲୋକେଶ ରାହୁଲ୍ ୪ ରନ୍ କରି ଆଉଟ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି, ଧୱଲ କୁଲକର୍ଣ୍ଣି ଓ କ୍ରିଷ୍ଣାପ୍ପା ଗୌତମ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ରାଜସ୍ଥାନ ୨୦ ଓଭରରେ ୯ ୱିକେଟ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ଏକ ସମୟରେ ୨ ୱିକେଟ ହରାଇ ୧୪୮ ରନ କରି ମଜଭୁତ ସ୍ଥିତିରେ ଥିଲା। କିନ୍ତୁ ଲଗାତାର ୱିକେଟ ପତନ ଯୋଗୁ ଘରୋଇ ଦଳ ୧୪ ରନ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା।

ଦଳ ପକ୍ଷରୁ ଜୋସ ବଟଲର ସର୍ବାଧିକ ୬୯ (୪୩ ବଲ, ୧୦ ଚୌକା, ୨ ଛକା) ରନ କରିଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ (୨୭), ସଞ୍ଜୁ ସାମସନ (୩୦), ଷ୍ଟିଭେନ ସ୍ମିଥ (୨୦), ଷ୍ଟୋକ୍ସ (୬), ରାହୁଲ ତ୍ରିପାଠୀ (୧) ଓ ଗୌତମ (୩) ନିରାଶ କରିଥିଲେ। ପଞ୍ଜାବ ପକ୍ଷରୁ ସାମ କୁରାନ, ମୁଜୀବ ଉର ରେହମାନ ଓ ଅଙ୍କିତ ରାଜପୁତ ୨ଟି ଲେଖାଏ ୱିକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ଗେଲ୍ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଏହି ମ୍ୟାଚରେ ହୋଇଥିବା କିଛି ରେକର୍ଡ ଉପରେ ନଜର…

୧- ଆଇପିଏଲ ଇତିହାସରେ ପଞ୍ଜାବ ପ୍ରଥମଥର ପାଇଁ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ବିଜୟ ହାସଲ କରିଛି। ପଞ୍ଜାବ ଏଠାରେ ଖେଳିଥିବା ସମସ୍ତ ୫ଟି ଯାକ ମ୍ୟାଚ ହାରିଛି।

– ଆଇପିଏଲରେ ଲଗାତାର ୫ଟି ମ୍ୟାଚର ପରାଜୟଧାରା ଭାଙ୍ଗିଛି ପଞ୍ଜାବ। ଗତ ସଂସ୍କରଣରେ ପଞ୍ଜାବ ତା’ର ଶେଷ ୫ଟି ମ୍ୟାଚ ହାରିଥିଲା।

୩- ପଞ୍ଜାବ ବିପକ୍ଷରେ ଜୋସ ବଟଲର ନିଜର କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଗତ ସଂସ୍କରଣରେ ରାଜସ୍ଥାନ ପକ୍ଷରୁ ଯଥାକ୍ରମେ ୮୨ ଓ ୫୧ ରନ୍ କରିଥିଲେ। ୨୦୧୭ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓପନ କରି ୭୭ ରନର ଇନିଂସ ଖେଳିଥିଲେ।

– ଅଶ୍ୱିନ ଚତୁର୍ଥଥର ଆଜିଙ୍କ୍ୟ ରାହାଣେଙ୍କୁ ଆଉଟ କରିଛନ୍ତି। ସେହିପରି ଧୱଲ କୁଲକର୍ଣ୍ଣି ମଧ୍ୟ ଚତୁର୍ଥଥର ଲୋକେଶ ରାହୁଲଙ୍କୁ ନିଜର ଶିକାର ବନାଇଛନ୍ତି।

– ଏହି ମ୍ୟାଚରେ କ୍ରିସ ଗେଲ୍ ଆଇପିଏଲରେ ନିଜର ୪ହଜାର ରନ ପୂରଣ କରିଛନ୍ତି।

– ସର୍ଫରାଜ ଖାନ (୨୯ ବଲ, ୪୬ ରନ୍) ଆଇପିଏଲରେ ନିଜର ସର୍ବାଧିକ ରନ କରିଛନ୍ତି। ଏହା ପୂର୍ବରୁ ସେ ଆରସିବି ପକ୍ଷରୁ ଖେଳି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୪୫ ରନ କରିଥିଲା।



from Odisha Reporter https://ift.tt/2OsiQys

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages