ଆଇପିଏଲ୍: ଏଥର ଇନିଂସ୍ ଓପନ୍ କରିବେ ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଆଇପିଏଲ୍: ଏଥର ଇନିଂସ୍ ଓପନ୍ କରିବେ ରୋହିତ

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ ସବୁଠାରୁ ବଡ଼ ସମସ୍ୟା ରହିଆସିଛି। ଦଳ ଏପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନ ପାଇଁ ନିର୍ଦ୍ଦିଷ୍ଟ ବ୍ୟାଟ୍ସମ୍ୟାନ୍ ସ୍ଥିର କରିବାରେ ସଫଳ ହେଲା ନାହିଁ। କିନ୍ତୁ ଏଥର ଦଳର ଅଧିନାୟକ ରୋହିତ ଶର୍ମା ଏହି ସମସ୍ୟାକୁ ଦୂର କରିଛନ୍ତି। ଚଳିତ ସଂସ୍କରଣରେ ରୋହିତ ନିଜେ ଦଳ ପାଇଁ ଇନିଂସ୍ ଓପନ କରିବେ। ଏହା ଖୋଦ୍ ରୋହିତ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ରୋହିତ ଅଧିକାଂଶ ସମୟରେ ମୁମ୍ବାଇ ପକ୍ଷରୁ ମଧ୍ୟକ୍ରମରେ ବ୍ୟାଟିଂ କରିଆସୁଥିଲେ।

ଗତ ସଂସ୍କରଣରେ ସେ ଦୁଇଟି ମ୍ୟାଚରେ ଇନିଂସ ଓପନ କରିବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଏହି ସିଜନ୍ ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା, ଯେଉଁଥିରେ ସେ ୧୪ ମ୍ୟାଚରେ ୨୩.୮୩ ହାରରେ ୨୮୩ ରନ୍ କରିଥିଲେ। କିନ୍ତୁ ଏଥର ସେ ପୂରା ସିଜନରେ ଓପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ମୁଁ ପ୍ରତି ମ୍ୟାଚରେ ଓପନ୍ କରିବେ। ଆଗକୁ ବିଶ୍ୱକପ୍ ଥିବାରୁ ଓପନ୍ କରିବା ମୋ ପାଇଁ ଭଲ ରହିବ। ଓପନିଂରେ ମୁଁ ଅଧିକ ସଫଳତା ହାସଲ କରିଛି। ମଧ୍ୟକ୍ରମରେ ଆମ ପାଖରେ କିଛି ଅଭିଜ୍ଞ ଖେଳାଳି ଅଛନ୍ତି ଏବଂ ଏହି କାରଣରୁ ମୋତେ ଶୀର୍ଷ ଖେଳିବା ସହଜ ହେବ ବୋଲି ସେ କହିଛନ୍ତି।

ଚଳିତ ସଂସ୍କରଣରେ ମୁମ୍ବାଇ ଦଳରେ ଯୁବରାଜ ସିଂହଙ୍କ ଭଳି ତାରକା ଖେଳାଳି ଅଛନ୍ତି। ତାଙ୍କ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହେବ। ଯୁବିଙ୍କ ଉପରେ ମଧ୍ୟକ୍ରମ ନିର୍ଭର କରିବ। ଏହାଛଡ଼ା ଦଳରେ କ୍ୱିଣ୍ଟନ୍ ଡି’କକ, ଏଭିନ୍ ଲୁଇସ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ୍ ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି।



from Odisha Reporter https://ift.tt/2TdnUaU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages