‘କାଳିଆ’ ଯୋଜନାରେ ଦିଆଯାଇଥିବା ୩୬ ଲକ୍ଷ ଚାଷୀଙ୍କ ଅର୍ଥ କୁଆଡେ ଗଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

‘କାଳିଆ’ ଯୋଜନାରେ ଦିଆଯାଇଥିବା ୩୬ ଲକ୍ଷ ଚାଷୀଙ୍କ ଅର୍ଥ କୁଆଡେ ଗଲା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ଅର୍ଥ ଦିଆଯାଇଛି ବୋଲି ରାଜ୍ୟ ସରକାର ଓ ବିଜେଡି ବିଜ୍ଞାପନ ଜରିଆରେ ଜଣାଉଥିବା ବେଳେ ବାସ୍ତବରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି। କାଳିଆ ଯୋଜନାରେ ଅର୍ଥ ମିଳିଲା ବୋଲି ଚାଷୀଙ୍କ ମୋବାଇଲ୍‌କୁ ମେସେଜ ଆସୁଛି। ମାତ୍ର ବ୍ୟାଙ୍କ ଖାତାକୁ ଟଙ୍କା ଯାଉନି। ଚାଷୀ ନିରାଶ ହୋଇ ବ୍ୟାଙ୍କରୁ ଫେରୁଛି। ଏପରିକି ମେସେଜ ଆସିବାର ୫୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କ ଖାତାକୁ ଟଙ୍କା ଆସୁନଥିବା ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“କାଳିଆ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ଅର୍ଥ ଦିଆଯାଇଥିବା ରାଜ୍ୟ ସରକାର କହୁଥିବା ବେଳେ ତାଲିକା କିନ୍ତୁ ଦେଖାଉନାହାନ୍ତି। ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି, ‘କାଳିଆ’ ଯୋଜନାରେ ଚାଷୀଙ୍କୁ ମିଳିବା ଥିବା ଅର୍ଥକୁ ହରିଲୁଟ କରାଯାଇଛି।”

ଶ୍ରୀ ବିଶ୍ଵାଳ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ହଜାର ଟଙ୍କା ଲେଖାଏଁ ପ୍ରତି ଚାଷୀଙ୍କୁ ଦେବା ପାଇଁ ପଇସା ଧରି ବସିଛନ୍ତି। ହେଲେ ରାଜ୍ୟ ସରକାର ଚାଷୀମାନଙ୍କର ତାଲିକା ଦେଉନାହାନ୍ତି। କେନ୍ଦ୍ର ସରକାର ମାଗିଲେ ୪୫ ଲକ୍ଷ ଚାଷୀଙ୍କ ତାଲିକା। ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଲେ। ବାକି ତାଲିକା ରାଜ୍ୟ ସରକାର କାହିଁକି ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କର ଡର ଅଛି ଯେ କାଳେ କେନ୍ଦ୍ର ସରକାର କିଷାନ ନିଧି ଯୋଜନାରେ ଅର୍ଥ ଦେଇଦେଲେ ବିଜେଡିକୁ ଆଉ ଭୋଟ ମିଳିବନି। ସେହି ଭୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତାଲିକା ଦେଉନାହାନ୍ତି।”

ଶ୍ରୀ ବିଶ୍ୱାଳ କହିଛନ୍ତି-“କାଳିଆ ଯୋଜନାରେ ଅର୍ଥ ମିଳିଲା ବୋଲି ବାଲିପାଟଣା ବ୍ଲକର ବାଗଲପୁର ଗାଁର ଅଜୟ କୁମାର ଦାସଙ୍କ ପାଖକୁ ଜାନୁଆରୀ ୨୫ ତାରିଖରେ ମେସେଜ ଆସିଥିଲା। ହେଲେ ଏଯାଏ ପଇସା ମିଳିନି। ସେହି ବ୍ଲକର ହଳଦି ବସନ୍ତ ଗାଁର ଅଭୟ କୁମାର ବେହେରାଙ୍କ ପାଖକୁ ମେସେଜ ଆସିଥିଲେ ମଧ୍ୟ ପଇସା ଆସିନାହିଁ। ବସନ୍ତ ଗାଁର କାହ୍ନୁଚରଣ ବେହେରାଙ୍କ ନାଁ କାଳିଆ ତାଲିକାରେ ଥିବାବେଳେ ତାଙ୍କୁ ଏଯାଏ ଟଙ୍କା ମିଳିନି। ସେହିପରି ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଗ୍ରାମର ନନ୍ଦକିଶୋର ଦାସଙ୍କ ନାଁ ଚୂଡାନ୍ତ ତାଲିକାରେ ରହିଥିଲା। କିନ୍ତୁ ପଇସା ମିଳିଲା ନାହିଁ। ଗୋପ ବ୍ଲକ ଇତିଭୂଆଁ ଗାଁର କିଶୋର ନାୟକଙ୍କ ପିଏମ୍ କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ହେଲେ ଆଜିପର୍ଯ୍ୟନ୍ତ କାଳିଆ ଯୋଜନା ଅର୍ଥ ପାଇନାହାନ୍ତି।”

“ବିଜୁ ଜନତା ଦଳର ସରକାର ହେଉଛନ୍ତି ଚାଷୀ ମାରଣ ସରକାର। ମୁଖ୍ୟମନ୍ତ୍ରୀ ଯିଏ ତାଙ୍କ ଜୀବନରେ ଦିନେ ଲଙ୍ଗଳ କଣ୍ଟି ଧରିନାହାନ୍ତି, ସିଏ କଣ ଜାଣିବେ ଚାଷୀଙ୍କ ଦୁଃଖ। ସେ କାଳିଆ ଯୋଜନାରେ ଟଙ୍କା ଦେଲେନାହିଁ। ହେଲେ ଦୁର୍ନୀତି କଲେ। ମେସେଜ ପଠେଇ ଚାଷୀଙ୍କୁ ଠକିଲେ” ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।



from Odisha Reporter https://ift.tt/2WbPIOU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages