ବିରାଟ ଓ ରାଇନାଙ୍କ ସମକକ୍ଷ ହେଲେ ପୃଥ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ବିରାଟ ଓ ରାଇନାଙ୍କ ସମକକ୍ଷ ହେଲେ ପୃଥ୍ୱୀ

ନୂଆଦିଲ୍ଲୀ: ଆଇପିଏଲର ଦଶମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା। ପୃଥ୍ୱୀ ଏହି ମ୍ୟାଚରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ମାରିବାରୁ ମାତ୍ର ୧ ରନ୍ ପାଇଁ ବଞ୍ଚିତ ହୋଇଥିଲେ।

ଏଥିସହ ପୃଥ୍ୱୀ ଆଇପିଏଲ ଇତିହାସରେ ତୃତୀୟ ଖେଳାଳି ଭାବେ ୯୯ ରନରେ ଆଉଟ ହୋଇଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ଓ ସୁରେଶ ରାଇନା ମଧ୍ୟ ଆଇପିଏଲରେ ୯୯ ରନରେ ଆଉଟ ହୋଇଥିଲେ। କୋଲକାତା ବିପକ୍ଷରେ ପୃଥ୍ୱୀ ୫୫ ବଲରେ ୯୯ ରନ୍ କରିଥିଲେ। ସେ ନିଜ ଇନିଂସରେ ୧୨ ଚୌକା ଓ ୩ ଛକା ମାରିଥିଲେ। ତାଙ୍କର ଷ୍ଟ୍ରାଇକରେଟ୍ ମଧ୍ୟ ୧୮୦ ଥିଲା।

ଏହା ପୂର୍ବରୁ ୨୦୧୩ ସଂସ୍କରଣରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ରାଇନା ୯୯ ରନ୍ କରି ଅପରାଜିତ ରହିଥିଲେ। ଏହି ବର୍ଷ ଅର୍ଥାତ୍ ୨୦୧୩ରେ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ୯୯ ରନ୍ କରି ଆଉଟ୍ ହୋଇଥିଲେ। ଏବେ ଏହି କ୍ଲବରେ ପୃଥ୍ୱୀ ନିଜକୁ ସାମିଲ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ରାତିରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୮୫ ରନ୍ କରିଥିଲା। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୬୨ (୨୮ ବଲ, ୪ ଚୌକା, ୬ ଛକା), ଦିନେଶ କାର୍ତ୍ତିକ ୫୦ (୩୬ ବଲ), କ୍ରିସ ଲିନ୍ ୨୦ ରନ୍ କରିଥିଲେ।

ଦିଲ୍ଲୀ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ। ଜବାବରେ ଦିଲ୍ଲୀ ମଧ୍ୟ ୨୦ ଓଭରରେ ୬ ୱିକେଟ ହରାଇ ମ୍ୟାଚ୍ ଟାଇ କରିଥିଲା। ଦଳ ପକ୍ଷରୁ ପୃଥ୍ୱୀଙ୍କ ବ୍ୟତୀତ ଅଧିନାୟକ ଶ୍ରେୟସ ଆୟର ୪୩, ଶିଖର ଧୱନ୍ ୧୬, ଋଷଭ ପନ୍ତ ୧୧ ରନ୍ କରିଥିଲେ। ବୋଲିଂରେ କେକେଆର ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକେଟ ହାସଲ କରିଥିଲେ। ସୁପର ଓଭରରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧ ୱିକେଟରେ ୧୦ ରନ୍ କରିଥିଲା।

ଜବାବରେ କେକେଆର ଟିମର ବ୍ୟାଟ୍ସମ୍ୟାନ୍ ରସେଲ ଦିଲ୍ଲୀ ବୋଲର କାଗିସୋ ରବାଡାଙ୍କୁ ପ୍ରଥମ ବଲରେ ଚୌକା ମାରିଥିଲେ। କିନ୍ତୁ ତୃତୀୟ ବଲରେ ରବାଡା ରସେଲଙ୍କୁ ବୋଲ୍ଡ କରିବାରେ ସଫଳ ହୋଇଥିଲେ। ଏହା ପରେ ଶେଷ ତିନୋଟି ବଲରେ ରବାଡା ୩ ରନ୍ ଦେଇ ଦିଲ୍ଲୀକୁ ବିଜୟୀ କରାଇଥିଲେ। ୯୯ ରନର ଇନିଂସ୍ ପାଇଁ ଶ’ଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।



from Odisha Reporter https://ift.tt/2JTI8qU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages