
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ସବୁ ଭୋଟର ଯେପରି ମତଦାନ କରିବେ ଏଥିପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିର୍ବାଚନ କମିଶନ ଓ ଭାରତୀୟ ରେଳ ବିଭାଗ ଦୂରଗାମୀ ଟ୍ରେନରେ ବିଜ୍ଞାପନ ଜରିଆରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି।
ଏପ୍ରିଲ ୧୧ରେ ସମସ୍ତ ଭୋଟର ନିଜ ନିଜ ନିର୍ବାଚନମଣ୍ଡଳୀରେ ଯାଇ ମତଦାନ କରନ୍ତୁ ବୋଲି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଜିଲ୍ଲାପାଳ ଏମଏମ ଇନ୍ତିୟାଜ ଏହି ଅଭିଯାନର ଉଦଘାଟନ ଅବସରରେ ନିବେଦନ କରିଛନ୍ତି। ବିଜୟୱାଡ଼ା ଷ୍ଟେସନରେ ବିଜ୍ଞାପନ ଲଗାଯିବା ପରେ ୧୨୬୨୬ ନୂଆଦିଲ୍ଲୀରୁ କେରଳ ତ୍ରିଭାନ୍ଦ୍ରମ ଏକ୍ସପ୍ରେସ ଟ୍ରେନକୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇଥିଲେ।
ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ ରୁଟରେ ଯାତ୍ରା କରୁଥିବା ସବୁ ଦୂରଗାମୀ ଟ୍ରେନରେ ଏହି ସଚେତନତା ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। କେରଳ ଏକ୍ସପ୍ରେସ, ଗୌହାଟି ଏକ୍ସପ୍ରେସ, ହାୱଡ଼ା ଏକ୍ସପ୍ରେସ ଓ ହିମସାଗର ଏକ୍ସପ୍ରେସରେ ଏହି ସଚେତନତା ଅଭିଯାନ କାର୍ଯ୍ୟକାରୀ ହୋଇଛି। ଏହିସବୁ ଟ୍ରେନ ଜରିଆରେ ୧୯ଟି ରାଜ୍ୟର ଲୋକେ ଏହି ସଚେତନତାର ବାର୍ତ୍ତା ପାଇବେ ବୋଲି କୁହାଯାଇଛି।
ସଚେତନତାର ବାର୍ତ୍ତାରେ ଭୋଟର ହେଲ୍ପ ଲାଇନ ନମ୍ବର ଓ ଭୋଟ ଦେବା ପାଇଁ ପ୍ରେରଣାଦାୟୀ ମେସେଜ ଇତ୍ୟାଦି ଲେଖା ହୋଇଛି।
ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରୁ ଆରମ୍ଭ ହେବାକୁ ଥିବାବେଳେ ମେ ୧୯ ରହିଛି ଅନ୍ତିମ ତାରିଖ। ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଛନ୍ତି।
from Odisha Reporter https://ift.tt/2UqXYx0
No comments:
Post a Comment