
ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଆଣିଆଠାରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଚାଲିଥିବା ବେଳେ ଭାଙ୍ଗିଗଲା ମଞ୍ଚ। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଦୁଇ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ଅନୁଭବ ମହାନ୍ତି। ତେବେ ସୌଭାଗ୍ୟ ବଶତଃ ସେମାନଙ୍କର କିଛି ହୋଇନାହିଁ।
ସୂଚନାଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ ଦେବ ଏଥର ପୁଣି ଆଳିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।
ଆଜି ପ୍ରଥମ ଥର ପାଇଁ ଅନୁଭବ ପ୍ରଚାର କରିବା ପାଇଁ ଆଳି ନିର୍ବାଚନମଣ୍ଡଳୀକୁ ଆସିଥିଲେ।
from Odisha Reporter https://ift.tt/2V9kJTh
No comments:
Post a Comment