ଏମିତି କୁକାର୍ଯ୍ୟ କରିବସିଲେ ଟ୍ୟୁସନ୍ ସାର୍‌, ପାଠ ପଢ଼ିବାକୁ ଅରାଜି ଷଷ୍ଠଶ୍ରେଣୀ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଏମିତି କୁକାର୍ଯ୍ୟ କରିବସିଲେ ଟ୍ୟୁସନ୍ ସାର୍‌, ପାଠ ପଢ଼ିବାକୁ ଅରାଜି ଷଷ୍ଠଶ୍ରେଣୀ ଛାତ୍ରୀ

ଜଳେଶ୍ୱର (ଅଜିତ ଦାସ):  ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ତାଙ୍କ ଟ୍ୟୁସନ୍‌ ସାର୍‌ ଦୁଷ୍କର୍ମ କରିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣଙ୍କୁ ଉକ୍ତ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ।

ଛାତ୍ରୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ସେ ସବୁଦିନ ଟ୍ୟୁସନ୍‌ ହେବା ପାଇଁ ଜନୈକ ସାର୍‌ଙ୍କ ଘରକୁ ଯାଆନ୍ତି। କିନ୍ତୁ ଗତ ୩/୪ ଦିନ ହେଲା ଛାତ୍ରୀ ଜଣକ ଟ୍ୟୁସନ୍‌ ଯାଉନଥିଲେ। ମାଆ ଯେତେ ତାଗିଦ୍‌ କଲେ ମଧ୍ୟ ସେ ଯିବାକୁ ରାଜି ହେଉନଥିଲେ। ହେଲେ ଘରେ ବାଧ୍ୟ କରିବାରୁ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ।

ଝିଅଟିର କହିବା ଅନୁଯାୟୀ, ୩ରୁ ୪ ଦିନ ତଳେ ସେ ଟ୍ୟୁସନ୍‌ ଯାଇଥିଲେ। ସେଦିନ ତାଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଛାତ୍ରୀଙ୍କୁ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅଠାରୁ ସବୁ କଥା ଶୁଣିବା ପରେ ମାଆ ଏନେଇ ଗତକାଲି ରାତିରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଟ୍ୟୁସନ୍‌ ସାର୍‌ ଫେରାର ହୋଇଯାଇଛନ୍ତି।



from Odisha Reporter https://ift.tt/2C7cnEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages