ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗିଲେ ସହିଦ୍‌ଙ୍କ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗିଲେ ସହିଦ୍‌ଙ୍କ ପରିବାର

ଲକ୍ଷ୍ନୌ: ପାକିସ୍ତାନର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏହିକ୍ରମରେ ଆଜି ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ ପରିବାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗିଛନ୍ତି।

ଏୟାର ଷ୍ଟ୍ରାଇକ୍‌ରେ କେତେ ସଂଖ୍ୟକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସହିଦଙ୍କ ପରିବାର ସଦସ୍ୟ ପ୍ରମାଣ ମାଗିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ଉତ୍ତର ପ୍ରଦେଶରେ ସର୍ବାଧିକ ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ସହିଦଙ୍କ ପରିବାର ସଦସ୍ୟ ଏଭଳି ପ୍ରମାଣ ମାଗିଛନ୍ତି। ଏଥିସହ ସେମାନେ ଆତଙ୍କୀଙ୍କ ମୃତଦେହ ଦେଖାଇବାକୁ ମଧ୍ୟ ଦାବି କରିଛନ୍ତି।

ପୁଲୱାମା ଆତଙ୍କୀ ହମ୍‌ଲାରେ ଶାମିଲର ପ୍ରଦୀପ କୁମାର ଓ ମୈଇନପୁରୀର ରାମ ଭାକେଲଙ୍କ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏଥିରେ ଜୈଶ ଆତଙ୍କୀ ସଂଗଠନର ହାତ ଥିବାରୁ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୩୫୦ ଜଣ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। ହେଲେ ଏହା ଉପରେ କିଛି ରାଜନୀତିକ ଦଳ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଶ୍ନ ଉଠାଇଛନ୍ତି।

ରାମ ଭାକେଲଙ୍କ ଭଉଣୀ କହିଛନ୍ତି, “ପୁଲୱାମା ଆତଙ୍କୀ ହମ୍‌ଲା ପରେ ଆମେ କାହାର ହାତ ଦେଖିଥିଲୁ ତ କାହାର ଖଣ୍ଡବିଖଣ୍ଡିତ ମୃତଦେହକୁ ଠାବ କରିଥିଲୁ। ତେଣୁ ଏବେ ସୀମା ସେପଟେ ମଧ୍ୟ ସାମନ ଚିତ୍ର ଦେଖିବାକୁ ଚାହୁଁଛୁ। ମୁଁ ବିଶ୍ୱାସ କରୁଛି ଏୟାର ଷ୍ଟ୍ରାଇକ୍‌ ହୋଇଛି। ହେଲେ ବମ୍‌ କେଉଁଠି ପଡ଼ିଛି?

ଏହାର ପ୍ରକୃତ ତଥ୍ୟ ସାମ୍ନାକୁ ଆସୁ। ବିନା ପ୍ରମାଣରେ ଆମେ କେମିତି ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କୀ ମରିଛନ୍ତି ବୋଲି ବିଶ୍ୱାସ କରିବୁ? ପାକିସ୍ତାନ ମଧ୍ୟ କହୁଛି ଭାରତର ଏୟାର ଷ୍ଟ୍ରାଇକ୍‌ରେ କିଛି କ୍ଷତି ହୋଇନାହିଁ। ତେଣୁ ଆମେ କେମିତି ଏହାକୁ ବିଶ୍ୱାସ କରିବୁ?”

ଶାମିଲରେ ସହିଦ ପ୍ରଦୀପ କୁମାରଙ୍କ ମା’ ମଧ୍ୟ ଏୟାର ଷ୍ଟ୍ରାଇକ୍‌ ଓ ଏଥିରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମୃତଦେହ ଦେଖାଇବାକୁ ଦାବି କରିଛନ୍ତି।



from Odisha Reporter https://ift.tt/2UmSS1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages