ଭାରତୀୟ ବଂଶୋଦ୍ଭବ ଦାନ୍ତ ଡାକ୍ତରଙ୍କୁ ସିଡ୍‌ନୀରେ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଭାରତୀୟ ବଂଶୋଦ୍ଭବ ଦାନ୍ତ ଡାକ୍ତରଙ୍କୁ ସିଡ୍‌ନୀରେ ହତ୍ୟା

ସିଡ୍‌ନୀ: ରବିବାର ଠାରୁ ନିଖୋଜ ଥିବା ଭାରତୀୟ ବଂଶୋଦ୍ଭବ ଦାନ୍ତ ଡାକ୍ତରଙ୍କ ମୃତଦେହ ମଙ୍ଗଳବାର ବିଳମ୍ବିତ ରାତିରେ ଅଷ୍ଟ୍ରେଲିଆର ସିଡ୍‌ନୀରୁ ଉଦ୍ଧରା କରାଯାଇଛି।

ପୁଲିସ୍‌ ଡା. ପ୍ରୀତି ରେଡ୍ଡୀ(୩୨)ଙ୍କ ମୃତଦେହ ତାଙ୍କ କାର ମଧ୍ୟରୁ ଏକ ସୁଟ୍‌କେସ୍‌ରେ ଥିବା ବେଳେ ଠାବ କରିଛି। ନ୍ୟୁ ସାଉଥ ୱେଲ୍ସ ପୁଲିସ୍‌ ପ୍ରୀତିଙ୍କ ଶରୀରରେ ଏକାଧିକ ଛୁରୀ ଭୁସା ଯିବାର ଚିହ୍ନ ଦେଖିବାକୁ ପାଇଛି। ପ୍ରୀତି ସିଡ୍‌ନୀଠାରୁ ୭୦ କିମି ଦୂର ଥିବା ବ୍ଲ୍ୟୁ ମାଉଣ୍ଟେନ୍ସ ସ୍ଥିତ ଗ୍ଲେନ୍‌ବ୍ରୁକ୍‌ ଡେଣ୍ଟାଲ ସର୍ଜରୀ ହସ୍ପିଟାଲ୍‌ରେ କାମ କରୁଥିଲେ।

ପ୍ରୀତି ରବିବାର ଦିନ ସିଡ୍‌ନୀର ସିବିଡି ମାକେର୍ଟରେ ଥିବା ଏକ ହୋଟେଲ୍‌ରେ ନିଜର ପୂର୍ବତନ ବୟଫ୍ରେଣ୍ଡ ସହ ରହିଥିଲେ। ତେବେ ନ୍ୟୁ ଇଂଲଣ୍ଡ ଜାତୀୟ ରାଜପଥରେ ଏକ ଟ୍ରକ୍‌ ଦୁର୍ଘଟଣାରେ ସୋମବାର ପ୍ରୀତିଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଏହି ଘଟଣାରେ ପ୍ରୀତିଙ୍କୁ ଖୋଜୁ ଥିବା ବେଳେ ଗତକାଲି ରାତିରେ କାର ମଧ୍ୟରୁ ତାଙ୍କର ମୃତଦେହ ଠାବ କରିଛି। ରବିବାରଠାରୁ ପ୍ରୀତି ନିଖୋଜ ଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ହର୍ଷ ନାରାଡେଙ୍କ ସହ କଥା ହୋଇଥିଲା। କିନ୍ତୁ ସୋମବାର ହର୍ଷଙ୍କ ମୃତ୍ୟୁ ହୋଇଯାଇଥିଲା। ପ୍ରୀତିଙ୍କ ମୃତଦେହ ଯେଉଁଠି ମିଳିଛି ସେଠାରୁ ୩୪୦ କିମି ଦୂରରେ ହର୍ଷଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏବେ ବିଭିନ୍ନ ଦିଗକୁ ତର୍ଜମା କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2IVUXAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages