ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା: ବାରଣାସୀରୁ ମୋଦି ଓ ଗାନ୍ଧିନଗରରୁ ଲଢ଼ିବେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା: ବାରଣାସୀରୁ ମୋଦି ଓ ଗାନ୍ଧିନଗରରୁ ଲଢ଼ିବେ ଶାହ

ନୂଆଦିଲ୍ଲୀ: ୪ ଦିନର କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୪ ଜଣ ନେତାଙ୍କ ନାଁ ଘୋଷଣା କରିଛନ୍ତି।

ଓଡ଼ିଶା ସମେତ କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଭଳି ୨୦ଟି ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ବିଜେପିର ପ୍ରାର୍ଥୀ ତାଲିକା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ପରି ଏଥର ମଧ୍ୟ ଉତ୍ତର ପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢ଼ିବେ। ତେଣୁ ଓଡ଼ିଶାର ପୁରୀରୁ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ ଗୁଜରାଟର ଗାନ୍ଧି ନଗରରୁ ପ୍ରାର୍ଥୀ ହେବେ। ବିଜେପିର ଭେଟେରାନ୍‌ ନେତା ଏଲ୍‌କେ ଆଡଭାନୀ ୧୯୯୮ରୁ ଏହି ଗାନ୍ଧିନଗର ଆସନରୁ ଜିତି ଆସୁଥିଲେ। କିନ୍ତୁ ଏବେ ତାଙ୍କ ରାଜନୀତିକ କ୍ୟାରିୟରରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଶ୍ରୀ ନଡ୍ଡାଙ୍କ ଘୋଷଣା ଅନୁଯାୟୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ଓ ନାଗପୁରରୁ ନୀତୀନ ଗଡ଼କରୀ ପ୍ରାର୍ଥୀ ହେବେ। ସେହିପରି ୨୦୧୪ ପରି ଏଥର ମଧ୍ୟ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ବିଜେପି ଆମେଥିରେ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି।

ଗତଥର ରାହୁଲ ଗାନ୍ଧି ଏହି ଆସନରୁ ଜିତିଥିଲେ। ଗାଜିଆବାଦ୍‌ରୁ ଭିକେ ସିଂହ ପୁଣିଥରେ ପ୍ରାର୍ଥୀ ହେବେ। ସେ ୨୦୧୪ରେ ଏହି ଆସନରୁ ଲଢ଼ି କଂଗ୍ରେସ ନେତା ରାଜ ବବରଙ୍କୁ ପରାସ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜଜୁ ପଶ୍ଚିମ ଅରୁଣାଚଳପ୍ରଦେଶରୁ ଓ ଜିବି ନଗରରୁ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ମଇଦାନକୁ ଓହ୍ଲାଇବେ।

ବିଜେପିର ଷ୍ଟାର ପ୍ରଚାରକ-ସାଂସଦ ହେମାମାଳିନୀ ମଥୁରାରୁ ପ୍ରାର୍ଥୀ ହେବେ। ସେହିପରି ବରେଲୀରୁ ସନ୍ତୋଷ କୁମାର ଗଙ୍ଗୱାର ଓ ଉନ୍ନାଓରୁ ସାକ୍ଷୀ ମହାରାଜଙ୍କୁ ଦଳ ପ୍ରାର୍ଥୀ କରିଛି।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ପଶ୍ଚିମବଙ୍ଗର ଆସାନସୋଲରୁ ପ୍ରାର୍ଥୀ ହେବେ। ଗତଥର ସେ ଏହି ଆସନରେ ବିଜୟୀ ହୋଇଥିଲେ।

ଜମ୍ମୁ-କଶ୍ମୀରର ଖ୍ୟାତନାମା ଲେଖକ ଓ ସାମାଜିକ କର୍ମୀ ଖଲିଦ ଜାହାଙ୍ଗିରଙ୍କୁ ବିଜେପି ଶ୍ରୀନଗର ଆସନ ପାଇଁ ଟିକେଟ୍‌ ଦେଇଛି। ସେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ। ଜମ୍ମୁରୁ ଯୁଗଳକିଶୋର ଶର୍ମା ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟପକ୍ଷରେ ବିହାରର ୧୭ଟି ଆସନ ପାଇଁ ବିଜେପିର ସିଇସି କମିଟି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ଆସନ୍ତାକାଲି ବିହାରରେ ସେମାନଙ୍କ ନାଁ ଘୋଷଣା ହେବ। ତେବେ ବିହାରର ପାଟନା ସାହିବରୁ ଶତୃଘ୍ନ ସିହ୍ନାକୁ ଟିକେଟ୍‌ ନ ଦେବାକୁ ବିଜେପି ନିଷ୍ପତ୍ତି ନେଇଛି। ଏଥର ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ଆଜି ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁ ନାହିଁ। ସେହିପରି କାନପୁର ଆସନରୁ ବିଜେପି ବରିଷ୍ଠ ମୁରଲୀ ମନୋହର ଯୋଶୀଙ୍କୁ ପ୍ରାର୍ଥୀ କରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2HzrieW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages