ଦ୍ୱିତୀୟ ଥର ପାଇଁ ରାହୁଲ-ସ୍ମୃତି ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଦ୍ୱିତୀୟ ଥର ପାଇଁ ରାହୁଲ-ସ୍ମୃତି ଟକ୍କର

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ଆମେଥି ଲୋକସଭା ସିଟ୍‌ରେ ହାଇଭୋଲଟେଜ୍‌ ଲଢ଼େଇ ଦେଖିବାକୁ ମିଳିବ। ୨୦୧୪ ଭଳି ଏଥର ମଧ୍ୟ ଏହି ଆସନରୁ ବିଜେପି ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି। ସେ ସିଧାସଳଖ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଲଢ଼େଇ କରିବେ।

କଂଗ୍ରେସର ଅନ୍ୟତମ ଅଭେଦ୍ୟ ଗଡ଼ ଭାବେ ପରିଚିତ ଆମେଥିରେ ଗତ ଥର ଇରାନୀଙ୍କୁ ରାହୁଲ ଗାନ୍ଧି ଏକ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ତେବେ ଏଥର ସ୍ମୃତି ପରାଜୟର ବ୍ୟବଧାନକୁ କମାଇବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୪ ପରଠାରୁ ବାରମ୍ବାର ଆମେଥି ଗସ୍ତ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ତାଙ୍କର ନାନା ଦୋଷ ଓ ଦୁର୍ବଳତା କଥା ଉଠାଇଛନ୍ତି।

୨୦୦୯ରେ ରାହୁଲ ଗାନ୍ଧି ୭୧.୭୮% ଭୋଟ୍‌ ପାଇ ଏଠାରୁ ଜିତିଥିଲେ। କିନ୍ତୁ ୨୦୧୪ରେ ଏହା ୪୬.୭୧%କୁ ଖସିଯାଇ ଥିଲା। ସ୍ମୃତି ଇରାନୀ ଏଠାରେ ୩୪.୩୮% ଭୋଟ୍‌ ପାଇଥିଲେ।

ରାହୁଲ ଗାନ୍ଧି ୪୦୮,୬୫୧ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ମୃତି ଇରାନୀ ୩୦୦,୭୪୮ ଖଣ୍ଡ ଭୋଟ୍‌ ପାଇଥିଲେ।

ଏହି ଆସନରେ ରାଜୀବ ଗାନ୍ଧି ୧୯୮୧ରୁ ୧୯୯୧ ପର୍ଯ୍ୟନ୍ତ ଜିତି ଆସୁଥିଲେ। ରାହୁଲ ଗାନ୍ଧି ୨୦୦୪ରେ ରାଜନୀତିରେ ପ୍ରବେଶ କରି ଏହି ଆମେଥି ଆସନରୁ ପ୍ରାର୍ଥୀ ହୋଇଥିଲେ। ସେବେଠାରୁ ସେ ଏହି ଆସନରେ ଜିତି ଆସୁଛନ୍ତି।



from Odisha Reporter https://ift.tt/2HM8PuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages